www.samajalive.in
Sunday, December 7, 2025
23.1 C
Bhubaneswar

ଗୁରୁବାର ପାଇଁ କିଛି ସରଳ ଉପାୟ

ଧନ ଲାଭ ନିମନ୍ତେ ମା’ ଲକ୍ଷ୍ମୀଙ୍କ କୃପା ନିତାନ୍ତ ଆବଶ୍ୟକ। ସେଭଳି  ଶାସ୍ତ୍ରରେ ଉଲ୍ଲେଖ ରହିଛି କଣ କଲେ ଧନ ପ୍ରାପ୍ତି ହୋଇଥାଏ। ଆସନ୍ତୁ ସେଭଳି ନିୟମ ବିଷୟରେ ଅବଗତ ହେବା।
ସକାଳ ଓ ସନ୍ଧ୍ୟାରେ ପୂଜା ସମୟରେ ଘଣ୍ଟି ବଜାଇଲେ ମା’ ଲକ୍ଷ୍ମୀ ଅତ୍ୟନ୍ତ ଖୁସି ହୋଇଥାନ୍ତି। ଏଥିହେତୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଧନର ବୃଦ୍ଧି ହୋଇଥାଏ ।
ଗାଈଙ୍କୁ ଗୋ ମାତା ବୋଲି କୁହାଯାଇଥାଏ। ଗୋମୂତ୍ରକୁ ଘରେ ଛିଞ୍ଚିଲେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ। ଈଶ୍ୱରଙ୍କ କୃପା ସର୍ବଦା ରହିଥାଏ।
ପୂଜା ଘର ଠାରୁ ଝାଡ଼ୁ ଅଲଗା ରହିବା ଆବଶ୍ୟକ। ଯେଉଁ ବସ୍ତ୍ର ପିନ୍ଧି ସଫା କରୁଥିବେ ସେହି ବସ୍ତ୍ରରେ ଠାକୁର ପୂଜା କରିବା ଉଚିତ ନୁହେଁ।
ଘରକୁ ପ୍ରବେଶ ଦ୍ୱାର ନିକଟରେ ଠାକୁର ଘର ରହିବା ଉଚିତ୍‍ ନୁହେଁ।
ଠାକୁର ଘର ସର୍ବଦା ପଶ୍ଚିମ ପଟେ ରହିଲେ ଏହାର ମୁହଁ ପୂର୍ବ ଦିଗକୁ ରହିଥାଏ। ଏହା ଅତ୍ୟନ୍ତ ଶୁଭ ଫଳ ଦିଏ ଓ ଧନର ଅଭାବ ହୋଇ ନଥାଏ। ଏହାସହ ପୂର୍ବଦିଗରେ ଠାକୁରଙ୍କ ଘର ରଖିପାରିବେ। ଯେପରି ଠାକୁରଙ୍କ ସମ୍ମୁଖ ପଶ୍ଚିମକୁ ରହିବ ।
ଘରର ଯେଉଁଠି ଠାକୁର ଘର ଥିବ ସେଠାରେ ସୂର୍ୟ୍ୟ କିରଣ ପଡ଼ିବା ଆବଶ୍ୟକ। ଏହା ଦ୍ୱାରା ଘର ଠାରୁ ନକାରାତ୍ମକ ଶକ୍ତି ଦୂର ହୋଇ ରହିଥାଏ।
ଘରର ଅଗଣାରେ ଚଉରା ରହିଲେ ଓ ନିୟମିତ ପାଣି ଦେଲେ ମା’ ଲକ୍ଷ୍ମୀ ଓ ବିଷ୍ଣୁଙ୍କ ସର୍ବଦା କୃପା ରହିଥାଏ। ଧନ ସମ୍ପତ୍ତିର ଅଭାବ ରହେ ନାହିଁ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories