ଓକିଲଙ୍କ ଉନ୍ମତ୍ତକାଣ୍ଡ : କାର ଚଢ଼ାଇ ହତ୍ୟା ଉଦ୍ୟମ

ଶଳା ଓ ଶଶୁର ଆହତ, ଏସ୍‌ପିଙ୍କ ପାଚେରି ଭାଙ୍ଗିଲା

ସମ୍ବଲପୁର : ପାରିବାରିକ କଳହରୁ ସମ୍ବଲପୁରର ଜଣେ ଆଇନଜୀବୀ ନିଜ ପତ୍ନୀ, ଶ୍ୱଶୁର ଓ ଶଳାଙ୍କୁ କାର ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏଥିରେ ଶଶୁର ଓ ଶଳା ଆହତ ହୋଇଥିବା ବେଳେ କାରଟି ଭାରସାମ୍ୟ ହରାଇ ଏସପିଙ୍କ ଆବାସିକ କାର୍ଯ୍ୟାଳୟର ପାଚେରୀ ଭାଙ୍ଗି ଭିତରେ ପଶି ଯାଇଥିବା ଜଣାପଡିଛି।
ବୁର୍ଲାନିବାସୀ ଆଇନଜୀବୀ ପଞ୍ଚାନନ ଦାଶ ଓ ତାଙ୍କ ପତ୍ନୀ ଚିନ୍ମୟୀ ମହାପାତ୍ରଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ କଳହ ଲାଗି ରହିଥିଲା। ସୋମବାର ଚିନ୍ମୟୀ ତାଙ୍କ ବାପା ରାମଚନ୍ଦ୍ର ମହାପାତ୍ର ଓ ମାମୁଁ ପୁଅଭାଇ ସୌମ୍ୟରଞ୍ଜନ ଦାଶଙ୍କ ସହିତ ଜିଲା ଓକିଲ ସଂଘର ସଭାପତିଙ୍କୁ ଭେଟିବା ପାଇଁ ଆସି ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛିଡ଼ା ହୋଇଥିବାବେଳେ ଖବରପାଇ ଶ୍ରୀ ମିଶ୍ର ଆସି ସେମାନଙ୍କୁ କାର ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଥିଲେ। ଏଥିରେ ଉଭୟ ଶଶୁର ଓ ଶଳା ଆହତ ହୋଇଛନ୍ତି। ଏହି କାଣ୍ଡ ଭିଆଇବା ସମୟରେ ରାସ୍ତାରେ ଅନ୍ୟ ଏକ ଅଟୋ, ୨ଟି ମୋଟର ସାଇକଲ, ଗୋଟିଏ ଦହିବରା ବିକାଳୀର ଗାଡିକୁ ମଧ୍ୟ ଧକ୍କା ଦେଇଥିଲେ। ଘଟଣାରେ ୪ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ସୌମ୍ୟରଞ୍ଜନ ଗୁରୁତର ଆହତ ହୋଇଛନ୍ତି। ଉପସ୍ଥିତ ଲୋକେ ପଞ୍ଚାନନଙ୍କୁ ମାଡ଼ ମାରିବା ସହ ପୁଲିସର ଜିମା ଦେଇଥିଲେ। ଏନେଇ ଟାଉନ ଥାନାରେ ପତ୍ନୀ ଚିନ୍ମୟୀ ଏକ ମାମଲା ରୁଜୁ କରିଛନ୍ତି।
ଓକିଲ ଚିତ୍ତରଞ୍ଜନଙ୍କୁ ଜିଲା ଓକିଲ ସଂଘ ପକ୍ଷରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ପଞ୍ଚାନନ ଓ ପତ୍ନୀ ଚିନ୍ମୟୀଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ହୋଇଥିବାବେଳେ ଗତ ଜାନୁଆରୀ ୨୪ ତାରିଖରେ ତାଙ୍କୁ ମାଡ଼ମାରି ମୁଣ୍ଡ ଫଟାଇ ଦେଇଥିବା ବୁର୍ଲା ଥାନାରେ ଚିନ୍ମୟୀ ଅଭିଯୋଗ କରିଥିଲେ। ଏନେଇ ବୁର୍ଲା ଥାନା ଘଟଣାର ତଦନ୍ତ କରୁଛି। ମାଡ଼ପିଟ ଘଟଣା ପରେ ଚିନ୍ମୟୀ ତାଙ୍କର ବାପଘର ତାଳଚେରକୁ ଚାଲି ଯାଇଥିଲେ। ତେବେ ବୁର୍ଲାଠାରେ ପଢ଼଼ୁଥିବା ପୁଅର ବିଦ୍ୟାଳୟ ଖୋଲିବା ପରେ ବାରମ୍ବାର ଫୋନ ଆସିବାରୁ ସେ ପୁର୍ନବାର ଫେରିବାକୁ ଚାହୁଁଥିବାବେଳେ ତାଙ୍କ ସ୍ୱାମୀ ଧମକ ଚମକ ଦେଇଥିଲେ। ଏଣୁ ଚିନ୍ମୟୀ ତାଙ୍କ ବାପା ରାମଚନ୍ଦ୍ର ଓ ମାମୁଁ ପୁଅଭାଇ ସୌମ୍ୟରଞ୍ଜନଙ୍କ ସହିତ ସମ୍ବଲପୁର ଜିଲା ଓକିଲ ସଂଘର ସଭାପତିଙ୍କୁ ଭେଟିବା ପାଇଁ ଆଜି ଦିନ ପ୍ରାୟ ୧୨ଟାରେ ଆସିଥିଲେ। ସେହି ସମୟରେ ଓକିଲ ସଂଘର ସଭାପତି କୌଣସି କାର୍ଯ୍ୟବଶତଃ ଅନୁପସ୍ଥିତ ଥିବାରୁ ଚିନ୍ମୟୀ, ତାଙ୍କ ବାପା ଓ ଭାଇ ସଂଘ କାର୍ଯ୍ୟାଳୟ ନିକଟରେ ଥିବା ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛିଡ଼ା ହୋଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ଓକିଲ ଶ୍ରୀ ଦାଶ ଅତ୍ୟନ୍ତ ଉତ୍‌କ୍ଷିପ୍ତ ହୋଇ ତାଙ୍କ ​‌କାରରେ ଓକିଲ ସଂଘର କାର୍ଯ୍ୟାଳୟ ପଟରୁ ଆସି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କ ଶଶୁର ରାମଚନ୍ଦ୍ର ମହାପାତ୍ରଙ୍କୁ ପ୍ରଥମେ ଧକ୍କା ଦେଇଥିଲେ। ଏହାପରେ କଚେରୀ ଛକର ଗୋଲେଇରେ ଏକ ଚକ୍କର ମାରି ପୁନର୍ବା‌ର ଅତି ତୀବ୍ର ଗତିରେ ଫେରିଆସି ତାଙ୍କ ଶଳା ସୌମ୍ୟରଞ୍ଜନଙ୍କୁ ଜୋରରେ ଧକ୍କାଦେଇ ଗାଡିକୁ ନେଇ ଏସପିଙ୍କ ବାସଭବନର ପାଚେରୀରେ ବାଡ଼େଇ ଦେଇଥିଲେ। କାରରେ ଧକ୍କା ଏତେ ଜୋର ଥିଲା ଯେ ପାଚେରୀରେ ପ୍ରାୟ ୧୦ ଫୁଟ ଲମ୍ବ ଓ ୬ ଫୁଟ ଦୈଘ୍ୟର ଏକ ବିରାଟ ଗର୍ତ୍ତ ହୋଇ କାରଟି ଫଶି ଯାଇଥିଲା।
ଚିତ୍ତରଞ୍ଜନଙ୍କ ଉନ୍ମତ୍ତକାଣ୍ଡ ସମୟରେ ରାସ୍ତାରେ ଅନ୍ୟ ଏକ ଅଟୋ, ୨ଟି ମୋଟର ସାଇକଲ, ଗୋଟିଏ ଦହିବରା ବିକାଳୀର ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଘଟଣାରେ ଜଣେ ଗୁରୁତର ଓ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଦହିବରା ବିକାଳୀଙ୍କ ଗାଡିଟି ଭାଙ୍ଗି ଚୁରମାର ହୋଇଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ଆହତ ହୋଇଥିବା ସୌମ୍ୟରଞ୍ଜନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ସାଥିରେ ନେଇ ଯାଇଥିଲା। ଗୁରୁତର ଆହତ ହୋଇଥିବା ସୌମ୍ୟରଞ୍ଜନଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ସେ ଏବେ ଚିକିତ୍ସିତ ହେଉଛନ୍ତି। ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି। ଏନେଇ ପତ୍ନୀ ଚିନ୍ମୟୀ ଟାଉନ ଥାନାରେ ଅଭିଯୋଗ କରିବାରୁ ମାମଲା ସଂଖ୍ୟା ୨୭୪/୨୦୨୨ ରୁଜୁ କରି ପୁଲିସ ଅଭିଯୁକ୍ତ ଚିତ୍ତରଞ୍ଜନଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି। ଅପରପକ୍ଷରେ ଘଟଣାକୁ ସମ୍ବଲପୁର ଜିଲା ଓକିଲ ସଂଘ ପକ୍ଷରୁ ନିନ୍ଦା କରିବା ସହିତ ତୁରନ୍ତ ପଞ୍ଚାନନଙ୍କୁ ଓକିଲ ସଂଘର ସଦସ୍ୟତାରୁ ନିଲମ୍ବନ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

kalyan agarbati

Comments are closed.