BJD Bijuli 480×75 Mob

ଆନ୍ଦୋଳନକାରୀ ଓକିଲଙ୍କ ବିରୋଧରେ ହେବ ଅଦାଲତ ଅବମାନନା ମାମଲା: ସୁପ୍ରିମକୋର୍ଟ

BJD Bijuli 480×75 Mob
0

ନୂଆଦିଲ୍ଲୀ : ଓକିଲମାନଙ୍କ ଆନ୍ଦୋଳନ ଯୋଗୁଁ ନ୍ୟାୟିକ ବ୍ୟବସ୍ଥାରେ ବ୍ୟାପକ କ୍ଷତି ଘଟୁଛି। ତେଣୁ ଆଗାମୀ ଦିନରେ ଆନ୍ଦୋଳନକାରୀ ଓକିଲ ଓ ଓକିଲ ସଂଘ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତାବ ଅନୁମୋଦନ କରୁଥିବା ଓକିଲ ଓ ଓକିଲ ସଂଘର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଏଣିକି ଅଦାଲତ ଅବମାନନା ମାମଲା ରୁଜୁ କରାଯିବ। କେନ୍ଦ୍ର ସରକାରଙ୍କ ତ୍ରୟ ମାସିକ ରିପୋର୍ଟ ଆଧାରରେ ଏହି ମାମଲା ରୁଜୁ କରାଯିବ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ କେ ଗୋଏଲ ଓ ଜଷ୍ଟିସ ୟୁୟୁ ଲଳିତଙ୍କୁ ନେଇ ଗଠିତ ପୀଠ କହିଛନ୍ତି ଯେ ୧୫ବର୍ଷ ପୂର୍ବେ ସୁପ୍ରିମକୋର୍ଟ ଘୋଷଣା କରିଥିଲେ ଯେ ଓକିଲମାନେ ଆନ୍ଦୋଳନ କରିପାରିବେ ନାହିଁ। ସୁପ୍ରିମକୋର୍ଟଙ୍କ ଏପରି ନିର୍ଦେଶକୁ ଅବମାନନା କରି ଓକିଲମାନେ ଆନ୍ଦୋଳନ କରୁଛନ୍ତି। ଯଦ୍ଦ୍ୱାରା ନ୍ୟାୟ ପ୍ରଦାନ କାର୍ଯ୍ୟ ବିଳମ୍ବିତ ହେଉଛି। ସୁପ୍ରିମକୋର୍ଟଙ୍କ ଏପରି ନିର୍ଦେଶ ଅବମାନନା ଲାଗି ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଉଥିବା ଓକିଲ ସଂଘର କାର୍ଯ୍ୟକର୍ତ୍ତା ହିଁ ଦାୟୀ। ତେଣୁ ସଂଘ କାର୍ଯ୍ୟକର୍ତ୍ତାମାନେ ଅଦାଲତ ଅବମାନନା ପାଇଁ ଦାୟୀ ନୁହନ୍ତି ବୋଲି କହିପାରିବେ ନାହିଁ। ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ଦେଶର ବିଭିନ୍ନ ଅଦାଲତରେ ବିଚାରଧୀନ ମାମଲା ସଂଖ୍ୟା ବୃଦ୍ଧି ପାଇବା ପଛର ଅନ୍ୟତମ ପ୍ରମୁଖ କାରଣ ହେଉଛି ଓକିଲମାନଙ୍କ ଆନ୍ଦୋଳନ। ତେଣୁ ବର୍ତ୍ତମାନ ସମୟରେ ଏହି କାରଣକୁ ପ୍ରତିହତ କରାଯିବାର ସମୟ ଆସିଛି। ଓକିଲମାନଙ୍କ ଆନ୍ଦୋଳନ ଯୋଗୁଁ ନ୍ୟାୟ ପାଇବାରୁ ଜଣେ ବଞ୍ଚିତ ହେଉଛି। ଏହାଦ୍ୱାରା ଟିକଟଦାତାଙ୍କ ଅର୍ଥ ଅଯଥା ବ୍ୟୟ ହେଉଛି। ୨୦୧୨ରୁ ୨୦୧୬ ମଧ୍ୟରେ ଉତ୍ତରାଖଣ୍ଡ ହାଇକୋର୍ଟ ଓକିଲମାନେ ୪୫୫ଦିନ ଧର୍ମଘଟ କରିଥିଲେ। ଯାହାକି ବାର୍ଷିକ ୯୧ଦିନ। ଉତ୍ତରପ୍ରଦେଶରେ ଏହାରସ୍ଥିତି ଆହୁରି ଉଦ୍‌ବେଗଜନକ। ଏଠାରେ ବିଭିନ୍ନ ଅଦାଲତ ଗୁଡିକରେ ଓକିଲମାନେ ଏହି ୫ବର୍ଷ ମଧ୍ୟରେ ୭୯୧ ଦିନ, ୬୮୯ ଦିନ, ୫୯୪ ଦିନ ପର୍ଯ୍ୟନ୍ତ ଧର୍ମଘଟ କରିଛନ୍ତି।

Leave A Reply