www.samajalive.in
Saturday, December 6, 2025
16.1 C
Bhubaneswar

‘ଲାଭା ସ୍କୋଲୋ ଏରା-୪ଏକ୍ସ’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଲାଭାର ବ୍ରାଣ୍ଡ ‘ସ୍କୋଲୋ’ ଭାରତୀୟ ବଜାରରେ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି। ଯାହାର ନାମ ‘ସ୍କୋଲୋ ଏରା-୪ଏକ୍ସ’। ଏହାର ମୂଲ୍ୟ ୪,୪୪୪ଟଙ୍କା। ଏହି ଫୋନର ବିକ୍ରି ଆମାଜନ ଇଣ୍ଡିଆରେ ଜାନୁଆରୀ ୯ରେ ହେବ। ଫୋନ ସହିତ ୩୦ମନି ବ୍ୟାକ ଅଫର ମଧ୍ୟ ଦିଆଯିବ। ଏହାର ଅର୍ଥ ଫୋନ କିଣିବାର ୩୦ଦିନ ମଧ୍ୟରେ କୌଣସି ତୃଟି ଦେଖାଦେଲେ ଫୋନ ଫେରାଇପାରିବେ। ଏହି ଫୋନରେ ଟିପ ଚିହ୍ନ ସେନସର ସହିତ ଫେସ ଅନଲକ ମଧ୍ୟ ପାଇପାରିବେ। ଏଥିରେ ଡୁଆଲ ୪-ଜି ଭୋଲଟିଇ ସପୋର୍ଟ ସହିତ ଆଣ୍ଡ୍ରଏଡ ଓରିୟୋ ୮.୧ ଏବଂ ୫.୪୫ଇଞ୍ଚ୍‍ ର ଏଚ୍‍ଡି ପ୍ଲସ ଡିସପ୍ଲେ ରହିଛି। ଯାହାର ଆସପେକ୍ଟ ରେଶିୟୋ ୧୮:୯ ରହିଛି। ଡିସପ୍ଲେ ଉପରେ ୨.୫ଡି କର୍ଡ କନିଙ୍ଗ ଗରିଲା ଗ୍ଲାସ ପ୍ରୋଟେକ୍ସନ ମଧ୍ୟ ରହିଛି। କମ୍ପାନୀ ତରଫରୁ ଏବେ ଏହି ଫୋନର ରାମ ଏବଂ ଷ୍ଟୋରେଜ ଉପରେ କୌଣସି ସୂଚନା ଦିଆଯାଇନାହିଁ। ଏଥିରେ ୮ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ୫ମେଗାପିକ୍ସେଲର ଆଗପଟ କ୍ୟାମେରା ରହିଛି। ଉଭୟ କ୍ୟାମେରା ସହିତ ଏଲଇଡି ଫ୍ଲାସ ଲାଇଟ୍ ଦିଆଯାଇଛି। ଫୋନରେ ୩୦୦୦ଏମ୍‍ଏଚର ବ୍ୟାଟେରୀ ରହିଛି ଏବଂ ଫିଙ୍ଗରପ୍ରିଣ୍ଟ ସେନସର ମଧ୍ୟ ଦିଆଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories