www.samajalive.in
Saturday, December 6, 2025
23.1 C
Bhubaneswar

ସିଂହମ୍‌ ପୁଲିସ ଅଧିକାରୀଙ୍କ ଆହ୍ୱାନ: ପୁରୁଷ ତ ବସ୍‌ ଜାଳିକି ଦେଖାଅ !

ଚେନ୍ନାଇ ..–  ବସ୍‌ ଜାଳିବା ପାଇଁ ଉଦ୍ୟମ କରୁଥିବା ବିକ୍ଷୋଭକାରୀଙ୍କୁ ଜଣେ ସାହାସୀ ପୁଲିସ୍‌ ଦେଇଥିବା ଆହ୍ୱାନ ଏବେ ବେଶ୍‌ ଭାଇରାଲ ହୋଇଛି ।  ଶାବରୀମାଳା ପ୍ରସଙ୍ଗରେ ତାମିଲନାଡୁ ଓ କେରଳ ସୀମାରେ ଥିବା କାଲିୟାକଭିଲା ନିକଟରେ ଉଗ୍ ବିକ୍ଷୋଭ ପ୍ରଦର୍ଶନ ବେଳେ ଏହି ଘଟଣା ଘଟିଛି । ବିନ୍ଦୁ ଓ କନକଦୂର୍ଗ ନାମକ ମହିଳା ଶାବରୀମାଳା ମନ୍ଦିରରେ ପ୍ରବେଶ କରିବା ପରେ ଦକ୍ଷିଣ ପନ୍ଥୀ ସମର୍ଥକମାନେ ଉଗ୍ର ପ୍ରଦର୍ଶନ କରିଥିଲେ । ଏତିକି ବେଳେ ବିକ୍ଷୋଭକାରୀମାନେ ବସ୍‌ ଜାଳିବା ପାଇଁ ଉଦ୍ୟମ କରିଥିଲେ। ହେଲେ ପ୍ରଦର୍ଶନକାରୀମାନଙ୍କୁ  ମୋହନ ଆୟର ନାମକ ପୁଲିସ ଅଧିକାରୀ ଅଙ୍ଗୁଳି ଦେଖାଇବା  ସହ ସିଙ୍ଘମ ସିନେମା  ଦୃଶ୍ୟପରି  ବିକ୍ଷୋଭକାରୀମାନଙ୍କୁ ଆହ୍ୱାନ ଦେଇଥିଲେ ।  ବସ୍‌ ଜାଳିବାକୁ ଯାଉଥିବା ବେଳେ ସେ ବିକ୍ଷୋଭକାରୀଙ୍କୁ ପୁରୁଷ ତ ବସ୍‌କୁ ଜାଳି କି ଦେଖାଅ ବୋଲି କହିଥିଲେ । ତାମିଲ ଭାଷାରେ ସେ ଏ କଥା କହିଥିଲେ ।

ପୁଲିସ ଅଧିକାରୀ ମୋହନ ଆୟରଙ୍କ ଏହା ସାହାସିକତାକୁ ଅନେକ ପସନ୍ଦ କରିଛନ୍ତି ।  କେରଳ ସଡକ ପରିବହନ ବିଭାଗ ତାଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି । ଏହି ଦିନ ବିକ୍ଷୋଭ ପ୍ରଦର୍ଶନ ବେଳେ ଶହ ଶହ ସଂଖ୍ୟାରେ କେରଳ ସଡକ ପରିବହନର ବସ୍‌କୁ ଭଙ୍ଗାରୁଜା କରାଯାଇଛି । ଏ ସବକୁ ଠିକ୍‌ କରିବା ପାଇଁ କେରଳ ସଡକ ପରିବହନ ନିଗମକୁ ୩.୫ କୋଟି ଟଙ୍କା ଖର୍ଚ୍ଚ  କରିବାକୁ ପଡିବ  ବୋଲି ଆକଳନ କରାଯାଇଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories