www.samajalive.in
Monday, December 15, 2025
26.1 C
Bhubaneswar

ଥାନା ପାର୍ଶ୍ଵରେ ମଧ୍ୟ ଏପରି ବ୍ୟବସାୟ ଚାଲୁଛି-ଅସୁରକ୍ଷିତ ରାଜଧାନୀ

ଭୁବନେଶ୍ୱର : ବେଫିକର ବ୍ୟବସାୟୀଙ୍କ ପାଇଁ କୌଣସି ନିୟମ ନାହିଁ। ବିଭିନ୍ନ ସ୍ଥାନରେ ରାତି ତମାମ୍ ଖୋଲା ରହୁଛି ଦୋକାନ ବିଳମ୍ବିତ ରାତିରେ ଅପରାଧୀଙ୍କ ପାଇଁ ଏଭଳି ବ୍ୟବସାୟ ପ୍ରତିଷ୍ଠାନ ସୁରକ୍ଷିତ ସ୍ଥାନ ପାଲଟିଛି ।ଅସାମାଜିକ ମଧ୍ୟ ଆଡ୍ଡା ଜମାଉଛନ୍ତି ସୁଯୋଗ ଦେଖ୍ ଅପରାଧ ଘଟାଉଛନ୍ତି। ଦୋକାନ ବଜାର ଖୋଲା ଓ ବନ୍ଦ ଲାଗି କାହାର ଲଗାମ ରହୁନା ଫଳରେ ରାଜଧାନୀ ଦିନକୁ ଦିନ ଅସୁରକ୍ଷିତ ହେଉଛି ରାତିର ସହର ଭୟଙ୍କର ପାଲଟୁଛି । ନିଶାସକ୍ତଙ୍କ ରାଜୁତି ଚାଲୁଛି ଏହି ସମୟରେ ପୁଲିସ ଅଧିକାରୀ ଘରେ ବିଶ୍ରାମ ନେବା ଅପରାଧୀଙ୍କୁ ସୁହାଉଛି! ରାଜଧାନୀରେ ରାତିର ସୁରକ୍ଷା ପିସିଆର କର୍ମଚାରୀଙ୍କ ହାତରେ ରହୁଛି ।

ଦୋକାନ ବଜାର ଖୋଲିବା ଓ ବନ୍ଦ ଲାଗି ସମୟ ନିର୍ଦ୍ଧାରଣ କରାଯାଇଛି ହେଲେ ଏହି ନିୟମ କେହି ମାନୁନାହାନ୍ତି । ମଦ ଦୋକାନ, ବାର୍, ହୋଟେଲ ଠାରୁ ଆରମ୍ଭ କରି ପାନ ଦୋକାନ ରାତିସାରା ପସରା ମେଲୁଛନ୍ତି ଏଭଳି କିଛି ଦୋକାନୀ ରାତି ୧୨ଟାରେ ଦୋକାନ ଖୋଲିବା ଆରମ୍ଭ କରୁଛନ୍ତି ଦୋକାନ ନିକଟ ରେ ନିଶାସକ୍ତ ଓ ଅସାମାଜିକଙ୍କ ଗହଳି ଜମୁଛି ବ୍ୟବସାୟୀ ଙ୍କର ଦୁଇ ପଇସା ଲାଭହେଉଛି ସାଧାରଣ ଲୋକ ଯାତାୟାତ କରିବାକୁ ଭୟ କରୁଛନ୍ତି କେତେକ ଥାନା ପାର୍ଶ୍ଵରେ ମଧ୍ୟ ଏପରି ବ୍ୟବସାୟ ଚାଲୁଛି ।

- Advertisement -

ଫୁଲନଖରାରୁ ଜଟଣୀ ରାସ୍ତା ପାର୍ଶ୍ଵରେ ରାତି ତମାମ ଢାବା, ହୋଟେଲ ଓ ପାନ ଦୋକାନ ଖୋଲା ରହୁଛି। ଏସବୁ ସ୍ଥାନରେ ଚୋରା ମାଦକ ଦ୍ରବ୍ୟ ବେପାରୀ ଡେରା ପକାଇଛନ୍ତି ସେହିପରି ସହିଦନଗର, ନୂଆପଲ୍ଲୀ, ସିଆର୍‌ପି, ରସୁଲଗଡ଼ ଛକ, ପୁରୀ ବାଇପାସ୍‌ ଆଦି ଅଞ୍ଚଳରେ ସବୁ ସମୟରେ ଦୋକାନ ବଜାର ଖୋଲା ରହୁଛି ।

ସେହିପରି ୟୁନିଟ୍-୧ ହାଟ ଓ ୟୁନିଟ୍-୪ ହାଟରେ ସାରାରାତି ବ୍ୟବସାୟ ଚାଲିଛି ପାନ ଦୋକାନ ଓ ହୋଟେଲ ଖୋଲା ରହୁଛି ମଞ୍ଚେଶ୍ଵର ଥାନା ସମ୍ମୁଖ ହୋଟେଲଗୁଡ଼ିକରେ ମଧ୍ୟ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ବ୍ୟବସାୟ ଚାଲିଛି ବାହାରେ ବନ୍ଦ ରହୁଛି, ଭିତରେ ଖାଇବା ପିଇବା ଚାଲିଛି।

ସଚେତନ ହେଉନାହାନ୍ତି ବ୍ୟବସାୟୀ

ଦୋକାନ ସମ୍ମୁଖରେ ଗାଡ଼ି ମୋଟର ରହୁଛି ଅପରାହ୍ନ ଓ ସନ୍ଧ୍ୟା ସମୟରେ ଏହି ରାସ୍ତା ଦେଇ ମଞ୍ଚେଶ୍ଵର ଶିଳ୍ପାଞ୍ଚଳକୁ ପ୍ରବେଶ କରିବା କଷ୍ଟକର ହେଉଛି। ଥାନା ନିକଟରେ ଏପରି ବେଆଇନ ବ୍ୟବସାୟ ଚାଲିଛି, ପୁଲିସ ସବୁ ଦେଖ୍ ମଧ୍ଯ ଚୁପ୍ ରହୁଛି।

ସହିଦନଗର ବଜାର ମଧ୍ୟରେ ବି କିଛି ଦୋକାନୀ ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ବ୍ୟବସାୟ କରୁଛନ୍ତି । କଟକ ରୋଡ଼ରେ କିଛି ବ୍ୟବସାୟୀ ସବୁ ସୀମା ଟପିଛନ୍ତି। ଏକାକ ହୋଟେଲ, ମଦ ଦୋକାନ, ବାର୍ ଓ ପାନ ଦୋକାନ ବେଧଡ଼କ ବ୍ୟବସାୟ କରୁଛନ୍ତି ରେଳ ଷ୍ଟେସନ ନିକଟରେ ଚା’ ପାନ ସାଙ୍ଗକୁ ବିଭିନ୍ନ ନିଶା ଖୁଲମଖୋଲା ବିକ୍ରି କରାଯାଉଛି। ପିସିଆର୍ ପହଞ୍ଚୁଛି, କର୍ମଚାରୀମାନେ ପାନ, ସିଗାରେଟ ଆଉ କେହି ଖାଦ୍ୟ ଧରି ଫେରୁଥିବା ଦେଖାଯାଉଛି ପିସିଆର୍ କର୍ମଚାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ହେଉଛି ଫଳରେ ବେଫିକର ବ୍ୟବସାୟୀ ବେଧଡ଼କ ବ୍ୟବସାୟ ଚଳାଇଛନ୍ତି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories