www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲଗାଇଲେ ଟ୍ରମ୍ପ, ୨୧ ଦିନ ପରେ ଲାଗୁ ହେବ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବା ନେଇ ଘୋଷଣା କରିଦେଇଛନ୍ତି । ବୁଧବାର ଏନେଇ ଏକ ଅର୍ଡର ଉପରେ ସେ ହସ୍ତାକ୍ଷର କରିଛନ୍ତି । ଏହି ନିର୍ଦ୍ଦେଶ ୨୧ ଦିନ ପରଠୁ ଅର୍ଥାତ୍ ୨୭ ଅଗଷ୍ଟରୁ ଲାଗୁ ହେବ । ପୂର୍ବରୁ ୩୦ ଜୁଲାଇରେ ସେ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବା ନେଇ ଘୋଷଣା କରିଥିଲେ । ଅର୍ଥାତ୍ ଏବେ ଭାରତ ଉପରେ ସମୁଦାୟ ୫୦ ପ୍ରତିଶତ ଶୁଳ୍କ ଲାଗିବ ।

ହସ୍ତାକ୍ଷର ହୋଇଥିବା ନିର୍ଦ୍ଦେଶନାମାରେ ଋଷଠାରୁ ତେଲ କ୍ରୟ କରିବା ଯୋଗୁଁ ଭାରତ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଉଲ୍ଲେଖ ରହିଛି । କହିରଖୁଛୁ ଗତକାଲି ଟ୍ରମ୍ପ୍ କହିଥିଲେ କି ଭାରତ,ଋଷ ସହିତ ବ୍ୟାପାର କରି ୟୁକ୍ରେନ୍ ବିରୁଦ୍ଧରେ ଯୁଦ୍ଧକୁ ପ୍ରୋତ୍ସାହନ ଦେଉଛି । ଏହି କାରଣରୁ ଆମେରିକା କଡା କାର୍ଯ୍ୟାନୁଷ୍ଠାନ ଉଠାଇବା ଆବଶ୍ୟକ ବୋଲି ସେ କହିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories