www.samajalive.in
Thursday, December 11, 2025
23.1 C
Bhubaneswar

ବାଇକ ଦୁର୍ଘଟଣାରେ ମହିଳା ମୃତ, ଯୁବକ ଗୁରୁତର

ରଣପୁରଗଡ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା  ରଣପୁର ଠାରୁ ଚାନ୍ଦପୁର ରାସ୍ତା ରାଇପଡା ଛକରେ ଅଗଷ୍ଟ ୬ ତାରିଖ ବୁଧବାର ମଧ୍ୟାହ୍ନରେ ଏକ ବାଇକ ଦୁର୍ଘଟଣା ଘଟିଛି। ବାଇକ ଦ୍ରୁତ ଗତିରେ ଯାଇ ଏକ ସାଗୁଆନ ଗଛରେ ପିଟି ହେ।ଇଥିଲା। ଫଳରେ ବାଇକ ପଛରେ ବସିଥିବା ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାଇକ ଚାଳକ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମସ୍ ହସପିଟାଲକୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ ନିବାସରୁ ରେଫର ହେ।ଇଥିବା ଜଣାପଡିଛି। ମୃତ ମହିଳା ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବିରିଡି ଥାନା ବାଇସ ମୌଜାର ଅର୍ଜୁନ ଭେ।ଇଙ୍କ ଝିଅ ବର୍ଷା ଭେ।ଇ । ଚମ୍ପାଗଡ ଗ୍ରାମ ପଞ୍ଚାୟତ ବେଣ୍ଟ ଚିଙ୍ଗୁଡ଼ି ଫ୍ୟାକଟ୍ରିରେ କାର୍ଯ୍ୟ କରୁଥିଲେ। ଗୁରୁତର ଆହତ ଯୁବକ ହେଉଛନ୍ତି ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ମଣିନାଗ ସାହିର ମୣତ ଭଗିଆ ସ୍ୱାଇଁଙ୍କ ପୁଅ ଚନ୍ଦନ ସ୍ୱାଇଁ। ଚନ୍ଦନ ଚାନ୍ଦପୁର ଏକ ହେ।ଟେଲରେ କାର୍ଯ୍ୟ କରୁଥିଲେ। ଚାନ୍ଦପୁର ଥାନା ଉପ ନିରୀକ୍ଷକ ସଞ୍ଜୟ କୁମାର ପରିଡା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଶବ ଜବତ କରିବା ସହ ଆହତ ଚନ୍ଦନକୁ ଚିକିତ୍ସା ପାଇଁ ପଠାଇଥିବା ଜଣାପଡିଛି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories