www.samajalive.in
Saturday, December 6, 2025
26.1 C
Bhubaneswar

ରାତିରେ ବିଳମ୍ବରେ ଖାଇବା ଅନେକ ରୋଗର ମୁଖ୍ୟ କାରଣ

ସବୁଦିନ ରାତିରେ ବିଳମ୍ବରେ ଖାଇବା ଓ ଶୋଇବା ଆଜିକାଲି ଲୋକେ ନିଜର ଦୈନନ୍ଦିନ ଜୀବନଶୈଳୀରେ ସାମିଲ କରିଦେଇଛନ୍ତି। ବିଶେଷ କରି ଆଧୁନିକ ଜୀବନଶୈଳୀର ଏହା ଏକ ମୁଖ୍ୟ ଅଂଶ। କିଛି ଲୋକ ଅଧିକ ରାତି ଯାଏ ଅନିଦ୍ରା ରହିବା ସହ ଘଣ୍ଟା ଘଣ୍ଟା ଧରି ଟେଲିଭିଜନ୍ ଦେଖିବା ବା ଲାପଟପ୍ ଆଗରେ ବସି କାମ କରିବା ଦ୍ଵାରା ବିଳମ୍ବିତ ରାତିରେ ଭୋଜନ କରନ୍ତି। ଏହାଦ୍ୱାରା ସେମାନେ ବିଳମ୍ବରେ ଶୁଅନ୍ତି ଏବଂ ସକାଳେ ବିଳମ୍ୱରେ ବିଛଣା ମଧ୍ୟ ତ୍ୟାଗ କରନ୍ତି। ଫଳରେ ଏହି ଲୋକମାନେ ଅନେକ ରୋଗର ଶିକାର ହୁଅନ୍ତି। ତେବେ ଚାଲନ୍ତୁ ଜାଣିବା ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ଦ୍ଵାରା ଶରୀରରେ କିପରି କୁପ୍ରଭାବ ପଡ଼ିଥାଏ –

ଓଜନ ବୃଦ୍ଧି ହୁଏ – ରାତିରେ ଅଧିକ ବିଳମ୍ବରେ ଖାଇବା ଦ୍ଵାରା ଖାଦ୍ୟ ହଜମ ହୋଇ ନଥାଏ। ଫଳରେ ଶରୀରରେ କୋଲେଷ୍ଟ୍ରଲ୍ ବୃଦ୍ଧି ପାଏ ଓ ହୃଦରୋଗର ଆଶଙ୍କା ମଧ୍ୟ ବଢିଥାଏ। ଏଥିସହିତ ଓଜନ ମଧ୍ୟ ବଢ଼ିଥାଏ।

- Advertisement -

ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଏ – ବିଳମ୍ବିତ ରାତିରେ ଭୋଜନ କରିବା ଦ୍ବାରା ରାତିରେ ଭଲ ନିଦ ମଧ୍ୟ ହୋଇ ନଥାଏ। ଫଳରେ ସକାଳୁ ଅଧିକ ଅଳସୁଆ ଲାଗେ ଓ କୌଣସି କାମ କରିବାକୁ ଇଚ୍ଛା ହୋଇ ନଥାଏ। ଏହା ଦ୍ୱାରା ମାନସିକ ଦୁଶ୍ଚିନ୍ତା ମଧ୍ୟ ବଢ଼ିଥାଏ।

ଉଚ୍ଚ ରକ୍ତଚାପ ସମସ୍ୟା – ବିଳମ୍ବିତ ରାତିରେ ଖାଇବା ଦ୍ୱାରା ଶରୀରରେ ଖାଦ୍ୟ ଭଲ ରୂପେ ହଜମ ହୋଇ ନଥାଏ ଏବଂ ଏହି କାରଣରୁ ଉଚ୍ଚ ରକ୍ତଚାପର ଶିକାର ହେବାକୁ ପଡ଼ିଥାଏ।

ବଦହଜମି – ଯେଉଁମାନଙ୍କର ବଦହଜମି ସମସ୍ୟା ପୂର୍ବରୁ ରହିଛି, ସେମାନେ ବିଳମ୍ବିତ ରାତି ଯାଏ ଆଦୌ ଭୋକିଲା ରୁହନ୍ତୁ ନାହିଁ। ଏହାଦ୍ଵାରା ବଦହଜମି ଅଧିକ ହେବାର ଆଶଙ୍କା ବଢ଼ିଥାଏ।

ନିଦ ହୋଇ ନଥାଏ – ବିଳମ୍ବିତ ରାତିରେ ଖାଇବା ଯୋଗୁଁ ହଜମ ହୋଇ ନ ଥାଏ ଓ ବେଳେ ବେଳେ ପେଟରେ ଯନ୍ତ୍ରଣା ହୁଏ। ଏହାଫଳରେ ଆପଣଙ୍କୁ ଠିକ ଭାବେ ନିଦ ମଧ୍ୟ ଲାଗି ନ ଥାଏ।

ବିରକ୍ତି ଭାବ – ବିଳମ୍ବିତ ରାତିରେ ଖାଇବା ଯୋଗୁଁ ରାତିରେ ନିଦ ଅଳ୍ପ ହୁଏ ଏବଂ ସଠିକ ପରିମାଣର ନିଦ୍ରା ନହେବା ଦ୍ଵାରା ଆପଣ ବିଶ୍ରାମ ଅଭାବ କାରଣରୁ ଅଧିକ ଚିଡ଼ିଚିଡ଼ା ହୋଇ ଯାଆନ୍ତି।

ମଧୁମେହ – ରାତିରେ ବିଳମ୍ବରେ ଖାଇବା ଦ୍ଵାରା ଶରୀରରେ ଶର୍କରାର ପରିମାଣ ବଢିଯାଏ। ଏହା ପରେ ମଧୁମେହର ରୂପ ନିଏ। ତେଣୁ ରାତିରେ ଶୀଘ୍ର ଖାଇବା ପରେ ଅଳ୍ପ ଚଲାବୁଲା କରନ୍ତୁ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories