ଘନ କୁହୁଡି ଯୋଗୁଁ ୨୭ ବିମାନ ରଦ୍ଦ, ବିଳମ୍ବରେ ଉଡାଣ ଭରିଲା ୫୦ ବିମାନ
ନୂଆଦିଲ୍ଲୀ: ରବିବାର ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ସକାଳ ୬ଟାରୁ ୧୨ଟା ପର୍ୟ୍ୟନ୍ତ ଘନ କୁହୁଡି ଯୋଗୁଁ ୫୦ଟି ବିମାନର ଉଡାଣ ବିଳମ୍ବିତ ହୋଇଛି । ସେହିପରି ଘନ କୁହୁଡି ଯୋଗୁଁ ବେଙ୍ଗାଲୁରୁରେ ସିଙ୍ଗାପୁର-ବେଙ୍ଗାଲୁରୁ ଏବଂ ଗୋଆ-ବେଙ୍ଗାଲୁରୁର ଉଡାଣ ଚେନ୍ନାଇକୁ ଡାଇଭର୍ଟ କରାଯାଇଛି । ବେଙ୍ଗାଲୁରୁର କୋମ୍ପେଗୋଡା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ କୁହୁଡି କାରଣରୁ ସକାଳ ୬ଟାରୁ ୧୨ଟା ମଧ୍ୟରେ ୨୭ଟି ଉଡାଣକୁ ରଦ୍ଦ କରାଯାଇଛି । ବେଙ୍ଗାଲୁରୁର ତିନୋଟି କ୍ଷେତ୍ରରେ ବାୟୁର କ୍ୱାଲିଟି ଇନଡେକ୍ସ ଅସ୍ୱାସ୍ଥ୍ୟକର ସ୍ତରରେ ପହଞ୍ଚିଛି । କୁହୁଡି କାରଣରୁ ସହରରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ସୂଚନାଯୋଗ୍ୟ, ଶନିବାର ୩୬୨ଉଡାଣ ବିଳମ୍ବିତ ହୋଇଥିବା ବେଳେ ୩୮ଉଡାଣ ରଦ୍ଦ କରି ଦିଆଯାଇଥିଲା । ଏହା ପୂର୍ବରୁ ଡିସେମ୍ବର ୨୫ରେ ବିମାନ ବନ୍ଦରରେ କୁହୁଡି କାରଣରୁ ପାଖାପାଖି ୨୦୦ ଉଡାଣ ବିଳମ୍ବିତ ହୋଇଥିଲା ।