BJD Bijuli 480×75 Mob

ଝଡ଼ ତୋଫାନରେ ଭାଙ୍ଗିଲା ଗଛ ଛିଡିଲା ବିଦ୍ୟୁତ ତାର

BJD Bijuli 480×75 Mob

ଲାଞ୍ଜିଗଡ଼ – ଶୁକ୍ରବାର ଅପରାହ୍ନରେ ପ୍ରବଳ ଝଡ଼ ତୋଫାନ ସହିତ ବର୍ଷା ଯୋଗୁଁ ଲାଞ୍ଜିଗଡ଼- ବିଶ୍ବନାଥପୁର ରାସ୍ତାର ବିଶ୍ବନାଥପୁର ମେଡିକାଲ ଛକ ନିକଟରେ ଏକ ଗଛ ପଡ଼ିଯିବାରୁ ରାସ୍ତା ଅବରୋଧ ହୋଇଥିଲା । ଏହାସହିତ ଗଛଟି ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାର ଉପରେ ପଡ଼ିଯିବାରୁ ତାର ଛିଣ୍ଡି ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା । ଘଣ୍ଟାଏ କାଳ ରାସ୍ତା ଅବରୋଧ ହୋଇ ରହିଥିବାବେଳେ ଗଛ କଟାଯିବା ପରେ ରାସ୍ତା ଅବରୋଧ ହଟିଛି। ସେହିପରି ବିଦ୍ୟୁତ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ତାର ଯୋଡ଼ାଯିବା ପରେ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ ହୋଇଛି ।

Comments are closed.