www.samajalive.in
Saturday, December 6, 2025
17.1 C
Bhubaneswar

ବିପଦ ସଙ୍କୁଳ ଅବସ୍ଥାରେ ରାସ୍ତା,୩ ଦିନ ହେଲା ଯାତାୟତ ଠପ୍

ଲାଞ୍ଜିଗଡ଼ : ଆଜିକୁ ପ୍ରାୟ ଛଅ ମାସ ହେଲା ଲାଞ୍ଜିଗଡକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାର ଅଧିକାଂଶ ସ୍ଥାନରେ ବଡ ବଡ ଖାଇ ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ତିନି ଦିନ ହେଲା ଲାଞ୍ଜିଗଡ ଠାରୁ ରାୟଗଡା ଜିଲ୍ଲା ମୁନିଗୁଡାକୁ ସଂଯୋଗ କରୁଥିବା ରାସ୍ତାରେ ବଡ଼ ବଡ଼ ଖାଇ ଯୋଗୁଁ ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି।
ସୂଚନାମତେ, ଲାଞ୍ଜିଗଡ ମୁନିଗୁଡାକୁ ସଂଯୋଗ କରୁଥିବା ରାସ୍ତା ବୁଣ୍ଡେଲ ଗାଁ ଛକ ନିକଟରେ ମୁଖ୍ୟ ରାସ୍ତା ଉପରେ ବିଭିନ୍ନ ସ୍ଥାନରେ ଖାଇ ସୃଷ୍ଟି ହୋଇଥିବା ବେଳେ ଲାଞ୍ଜିଗଡ ଠାରୁୁ ବସନ୍ତପଡା,କଂସାରି, ସିନ୍ଧିବାହିଲି, କପାଗୁଡା, ଡେଙ୍ଗସରଗୀ, ଅସୁରପଡା,ବିଜାବଣ୍ଡଳୀ ଓ ଦହିଖାଲ ଆଦି ଅଞ୍ଚଳକୁ ସିଧାସଳଖ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।ଯାହା ଫଳରେ ଲୋକଙ୍କୁ ଜଗନ୍ନାଥପୁର,କେନ୍ଦୁବରଡ଼ି, ନିୟମଗିରି ବେଦାନ୍ତ ନଗର ରାସ୍ତା ଦେଇ ବୁଲିକି ଯିବାକୁ ପଡୁଛି। ସେହିପରି ଉକ୍ତ ରାସ୍ତାରେ ଲାଞ୍ଜିଗଡ ବନ୍ଦ ଓ ତାରିଣୀ ମନ୍ଦିର ନିକଟରେ ବଡ଼ ବଡ଼ ଖାଇ ସୃଷ୍ଟି ହୋଇଥିବା ବେଳେ ଏହି ରାସ୍ତାଦେଇ ଯାତାୟତ କରୁଥିବା ଭାରିଯାନ ଗୁଡିକ ପାଇଁ ସମସ୍ୟା ସୃଷ୍ଟି କରିଛି ।ସେହିପରି ଲାଞ୍ଜିଗଡ ଠାରୁ ବ୍ଳକ ମୁଖ୍ୟାଳୟ ବିଶ୍ୱନାଥପୁରକୁ ସଂଯୋଗ କରୁଥିବା ରାସ୍ତାର ଆଶ୍ରମପଡା ଓ ଟାଙ୍ଗନକଣା ଛକ ନିକଟରେ ରାସ୍ତା ମଝିରେ ବଡ଼ ବଡ଼ ଖାଇ ସୃଷ୍ଟି ହେବା ସହିତ ଧୀରେ ଧୀରେ ରାସ୍ତାକୁ ନଷ୍ଟ କରୁଥିବା ହେତୁ ଏହି ରାସ୍ତା ଦେଇ ଲାଞ୍ଜିଗଡ ସମେତ ଲାଞ୍ଜିଗଡ ବ୍ଳକ ଘାଟି ଅଞ୍ଚଳର ୮ ଗୋଟି ପଞ୍ଚାୟତବାସୀ, ସ୍କୁଲ ବସ, ଆମ୍ବୁଲାନ୍ସ ଓ ଯାତ୍ରୀବାହୀ ବସ ଗୁଡିକ ଯାତାୟତରେ ସମସ୍ୟା ଦେଖା ଦେଇଛି।ଏହି ରାସ୍ତା ଗୁଡିକ ବିପଦକୁ ହାତଠାରି ଡାକୁଥିବା ବେଳେ ପ୍ରଶାସନ ତୁରନ୍ତ ଏହାର ସ୍ଥାୟୀ ମରାମତି କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories