www.samajalive.in
Saturday, December 6, 2025
19.1 C
Bhubaneswar

ସୁନ୍ଦରଗଡ଼, ବ୍ରହ୍ମପୁର ଏବଂ କେନ୍ଦୁଝରରେ ନୂଆ ଡ୍ରାଇଭିଂ ତାଲିମ ଅନୁଷ୍ଠାନ, ମାଗଣାରେ ଦିଆଯିବ ଆବାସିକ ତାଲିମ

ଭୁବନେଶ୍ବର: ସୁନ୍ଦରଗଡ଼, ବ୍ରହ୍ମପୁର ଏବଂ କେନ୍ଦୁଝରଠାରେ ନୂଆ ତିନିଟି ଡ୍ରାଇଭିଂ ତାଲିମ ଏବଂ ଗବେଷଣା ଅନୁଷ୍ଠାନ ନିର୍ମାଣ ଶେଷ ହୋଇଛି। ରାଜ୍ୟ ଲୋକସେବା ଭବନ ସଭାଗୃହରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ଚଳିତ ବର୍ଷ ଶେଷସୁଦ୍ଧା ତିନିଟିଯାକ ଅନୁଷ୍ଠାନକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ। ଅନୁଷ୍ଠାନଗୁଡିକର ପରିଚାଳନା ନିମନ୍ତେ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ସୋସାଇଟି ଗଠନ କରାଯିବ। ଏହି ସୋସାଇଟି ଦ୍ୱାରା ସରକାରୀ-ଘରୋଇ ସହଭାଗିତା ନିୟାମକ ଅନୁସାରେ ଅନୁଷ୍ଠାନଗୁଡିକ ପରିଚାଳିତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ପ୍ରତି ଅନୁଷ୍ଠାନରେ ତାଲିମ ଗାଡି, ଡୁଆଲ୍ କଣ୍ଟେ୍ଲ ଡ୍ରାଇଭିଂ ଡିଭାଇସ୍, ସିମୁଲେଟର, ୱାର୍କସପ୍ ଯନ୍ତ୍ରପାତି ଓ ତାଲିମ ଉପକରଣ ଆଦି ପାଇଁ ପ୍ରାୟ ୨.୬୭ କୋଟି ଟଙ୍କା ସୋସାଇଟିଙ୍କୁ ଯୋଗାଇ ଦିଆଯିବ। ଅନ୍ୟାନ୍ୟ ପରିଚାଳନା ଖର୍ଚ୍ଚ ଘରୋଇ ଭାଗିଦାର ସଂସ୍ଥା କରିବେ।
ବର୍ତ୍ତମାନ ଯାଜପୁର ଜିଲାର ଛତିଆସ୍ଥିତ ଗୋଟିଏ ଅନୁଷ୍ଠାନ ପିପିପି ମୋଡ଼ରେ ସଫଳତାର ସହ କାର୍ଯ୍ୟ କରୁଛି। ଅଶୋକ ଲେଲ୍ୟାଣ୍ଡ କମ୍ପାନୀ ଏହା ପରିଚାଳନା କରୁଛନ୍ତି। ଏହି ନୂଆ ଅନୁଷ୍ଠାନକୁ ମିଶାଇଲେ ୪ଟି ଉଚ୍ଚମାନର ଅନୁଷ୍ଠାନ ପିପିପି ମୋଡ଼ରେ ପରିଚାଳିତ ହେବ। ଛତିଆ ସ୍ଥିତ ଅନୁଷ୍ଠାନ ୧୫୦ ଆସନ ବିଶିଷ୍ଟ ଅଛି। ନବ ନିର୍ମିତ କେନ୍ଦୁଝର ଅନୁଷ୍ଠାନ ୧୩୪, ସୁନ୍ଦରଗଡ ୧୫୦ ଏବଂ ବ୍ରହ୍ମପୁର ୧୪୦ ଆସନ ବିଶିଷ୍ଟ ହେବ। ଏହିସବୁ ଅନୁଷ୍ଠାନରେ ଉଭୟ ଛୋଟ ଏବଂ ବଡ ଗାଡି ଡ୍ରାଇଭିଂ ତାଲିମ ଦିଆଯିବ। ବଡ଼ ଗାଡ଼ି ପାଇଁ ତାଲିମ ଅବଧି ୩୦ ଦିନ ଏବଂ ଛୋଟ ଗାଡ଼ି ପାଇଁ ତାଲିମ ଅବଧି ୨୧ ଦିନ ହେବ। ଓଡ଼ିଶାର ବିଭିନ୍ନ ଜିଲାରୁ ଆସୁଥିବା ଯୁବକ ଯୁବତୀମାନଙ୍କୁ ଏସବୁ ଅନୁଷ୍ଠାନରେ ମାଗଣା ଆବାସିକ ତାଲିମ ଦିଆଯିବ। ତାଲିମ କାଳରେ ସେମାନଙ୍କର ରହିବା, ଖାଇବା ଖର୍ଚ୍ଚ ସରକାରଙ୍କ ତରଫରୁ ବହନ କରାଯିବ।
କର୍ମ ନିପୁଣତା ଓ ସଚ୍ଚୋଟତା ଦୃଷ୍ଟିରୁ ତାଲିମପ୍ରାପ୍ତ ଓଡ଼ିଆ ଡ୍ରାଇଭରଙ୍କର ଦେଶର ବିଭିନ୍ନ ରାଜ୍ୟରେ ବିଶେଷ ଚାହିଦା ରହିଛି ବୋଲି ବୈଠକରେ ଉପସ୍ଥିତ ପରିବହନ କମିସନର ଅରୁଣ ବୋଥ୍ରା କହିଥିଲେ। ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଭୁବନେଶ୍ୱରସ୍ଥିତ ସରକାରୀ ଡ୍ରାଇଭିଂ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଅଶୋକ ଲେଲ୍ୟାଣ୍ଡର ବରିଷ୍ଠ ପଦାଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories