www.samajalive.in
Saturday, December 6, 2025
16.1 C
Bhubaneswar

ଦୁର୍ଗମ ମୂଷାନାଳ ଠାରେ ଉଦଘାଟନ ହେଲା ନୂତନ ଏଟିଏମ୍

ଲାଞ୍ଜିଗଡ଼ : ଲାଞ୍ଜିଗତ ବ୍ଳକ ଘାଟି ଅଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକେ ବ୍ୟାଙ୍କ ସେବା ପାଇଁ ନିର୍ଭର କରୁଛନ୍ତି ମୂଷା ନାଳ ସ୍ଥିତ ଏସ୍ ବିଆଇ ଶାଖା ବ୍ୟାଙ୍କ ଉପରେ। ତେବେ ଏହି ଶାଖାରେ ବାରମ୍ବାର ଲିଙ୍କ୍ ଫେଲ୍ ତଥା ବିଭିନ୍ନ ସମସ୍ୟା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।ଦୀର୍ଘ ଦିନ ଧରି ଲୋକେ ଏସ୍ ବିଆଇ ମୂଷାନାଳ ଠାରେ ଏକ ଏଟିଏମ୍ ସେବା ପାଇଁ ଦାବି କରି ଆସୁଥିଲେ ହେଁ ଦାବି ପୂରଣ ହୋଇନଥିଲା। ତେବେ ଦୀର୍ଘ ଦିନର ଦାବି ଏବେ ପୂରଣ ହୋଇଛି।
ଆଜି ଏସ୍ ବିଆଇ ମୂଷାନାଳ ଶାଖା ପରିସରରେ ସ୍ଥାପିତ ହୋଇଛି ନୂତନ ଏସ୍ ବିଆଇ ଏଟିଏମ୍। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଲାଞ୍ଜିଗତ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ବ୍ୟାଙ୍କ ମ୍ୟାନେଜର ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ସ୍ଥାନୀୟ ବାସିନ୍ଦା ଓ ବ୍ୟାଙ୍କ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ମୂଷାନାଳ ଠାରେ ଏଟିଏମ୍ ସ୍ଥାପନ ହେବା ଫଳରେ ଘାଟି ଅଞ୍ଚଳର ୧୦ ଗୋଟି ପଞ୍ଚାୟତର ପ୍ରାୟ ୩୦୦ ଶହ ଗ୍ରାମର ହଜାର ହଜାର ଲୋକେ ସହଜରେ ଟଙ୍କା ଉଠାଣ କରି ପାରିବାକୁ ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories