www.samajalive.in
Sunday, December 7, 2025
15.1 C
Bhubaneswar

ୟୁପିର ଗୋରଖପୁରରେ ଆୟୁଷ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କଲେ ରାଷ୍ଟ୍ରପତି

ଗୋରଖପୁର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍ତର ପ୍ରଦେଶର ଗୋରଖପୁରଠାରେ ରାଜ୍ୟର ପ୍ରଥମ ଆୟୁଷ ବିଶ୍ୱବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଆୟୁଷ ବିଶ୍ୱ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ୨୦୨୩ ସୁଦ୍ଧା ଶେଷ ହେବ । ୫୨ ଏକର ଜମିରେ ନିର୍ମିତ ହେବାକୁ ଥିବା ଏହି ବିଶ୍ୱବିଦ୍ୟାଳୟରେ ଆୟୁର୍ବେଦ, ୟୁନାନି, ହୋମିଓପାଥି ଓ ଯୋଗ ଚିକିତ୍ସା ବ୍ୟବସ୍ଥା ରହିବ । ବିଶ୍ୱବିଦ୍ୟାଳୟର ନିର୍ମାଣ ପାଇଁ ୨୯୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।
ଆୟୁଷ ଚିକିତ୍ସା କ୍ଷେତ୍ରରେ ଗବେଷଣା ପାଇଁ ତାହା ଏକ ମୁଖ୍ୟ ଅନୁଷ୍ଠାନ ହେବ। ରାଜ୍ୟର ୯୮ଟି ଆୟୁଷ କଲେଜ ଏହି ବିଶ୍ୱବିଦ୍ୟାଳୟ ସହିତ ସହବଦ୍ଧ ହେବେ। ଆୟୁଷ ବିଶ୍ୱବିଦ୍ୟାଳୟର ସ୍ଥାପନ ସହ ଗୋରଖପୁର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ହାସଲ କରିବ। ସେଠାରେ ଏକ ମେଡ଼ିକାଲ କଲେଜ ରହିଛି ଓ ଖୁବ୍‍ ଶୀଘ୍ର ଏକ ଏମ୍ସ ଉଦ୍‍ଘାଟନ ହେବାକୁ ଯାଉଛି।

ଏହି ଅବସରରେ ରାଜ୍ୟପାଳ ଆନନ୍ଦି ବେନ୍‍ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେଠାରେ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ତାଙ୍କ ଗସ୍ତର ତୃତୀୟ ଦିନରେ ଆଜି ମହାଯୋଗୀ ଗୁରୁ ଗୋରଖନାଥ ବିଶ୍ୱବିଦ୍ୟାଳୟକୁ ଉଦ୍‍ଘାଟନ କରିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories