www.samajalive.in
Saturday, December 6, 2025
15.1 C
Bhubaneswar

ଟିକାଦାନ କେନ୍ଦ୍ରରେ ଅବ୍ୟବସ୍ଥା ; ସାଧାରଣରେ ଅସନ୍ତୋଷ 

ବେଗୁନିଆ  : ବେଗୁନିଆ ବ୍ଲକ ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ବେଗୁନିଆ ,ବୋତଳମା ,ଡ଼ାଳତୋଳା ଏବଂ କଣ୍ଟାବାଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ଦାନ କରାଯାଉଛି ।ବୋତଳମା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସମ୍ପୃକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ଟୀକା ବଣ୍ଟନ କରାଯାଇଥିବାବେଳେ ସରପଞ୍ଚମାନେ ଲୋକମାନଙ୍କୁ ଠିକ ଭାବରେ ଟୀକା ପ୍ରଦାନ କରିବା ପାଇଁ ଟୋକନ ବ୍ୟବସ୍ଥା କରିଛନ୍ତି ।
ଟୋକନ ପାଇଥିବା ବ୍ୟକ୍ତି ହିଁ ପ୍ରଥମ ଡୋଜ ଟୀକା ନେଇଥାନ୍ତି ।ସେହି ଅନୁସାରେ ଆଜି କଣ୍ଟାବାଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୫୦ଟି ପ୍ରଥମ ଡୋଜ ଟୀକା ଏବଂ ୫୦ ଟି ଦ୍ୱିତୀୟ ଡୋଜ ଟୀକା ପ୍ରଦାନ କରାଯାଇଥିଲା ।କଣ୍ଟାବାଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ସିମୋର ଗ୍ରାମ ପଞ୍ଚାୟତ ର ଲୋକମାନେ ଟୀକା ନେବା ପାଇଁ ଥିବାବେଳେ ସରପଞ୍ଚ ସେହି ଅନୁସାରେ ଟୋକନ ପ୍ରଦାନ କରିଥିଲେ । କିନ୍ତୁ ୨୦୦ଟିକାକୁ ୫୦୦ଲୋକ ଙ୍କର ଗହଳି ସେଠାରେ ହୋଇଥିଲା ।ଫଳରେ ଲୋକମାନେ ପାଟିତୁଣ୍ଡ ଏବଂ ହୋ ହାଲ୍ଲା କରିବାରୁ ଟୀକା ଦାନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା ।ସକାଳ୮ ଟାରେ ଟିକାଦାନ ଆରମ୍ଭ ହେବାକୁ ଥିବାବେଳେ ଅବ୍ୟବସ୍ଥା ଲାଗି ରହିବାରୁ ୧୦.୩୦ ରେ ଟିକାଦାନ ଆରମ୍ଭ ହୋଇଥିଲା ସେଠାରେ ବେଗୁନିଆ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀଙ୍କ ନିର୍ଦେଶରେ ଏ ଏସ ଆଇ ପୀତବାସ ମହାନ୍ତି ଏବଂ ଥାନା କର୍ମଚାରୀମାନେ ଘଟଣାସ୍ଥଳରେ ପଂହଁଚି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।ବହୁ ଲୋକ ଟୀକା ନନେଇ ପାରି ଅସନ୍ତୋଷ ପ୍ରକାଶ କରି ଫେରିଯାଇଥିବାର ଦେଖିବାକୁ ମିଳିଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories