www.samajalive.in
Saturday, December 6, 2025
17.1 C
Bhubaneswar

ପିପିଲି ଏନଏସିରେ ଉନ୍ନୟନମୂଳକ କାର୍ଯ୍ୟ ଠପ୍‍ର ପ୍ରତିବାଦ

ପିପିଲି: ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ବିଗତ କିଛି ବର୍ଷ ଧରି ବିକାଶମୂଳକ କାର୍ଯ୍ୟ ନହେବା ପ୍ରତିବାଦରେ ୩ଦଫା ଦାବି ନେଇ ପିପିଲି ବିକାଶ ମଞ୍ଚ ପକ୍ଷରୁ ଶନିବାର ଠାରୁ ଆମରଣ ଅନଶନ କରାଯାଇଛି। ପିପିଲି ଏନଏସି ଅଧିନ ସମସ୍ତ ୱାର୍ଡର ଡ୍ରେନେଜ୍ ସମସ୍ୟା ଦୂର କରାଯିବା, ବସ୍‍ଷ୍ଟାଣ୍ଡ ପାଇଁ ଉଦ୍ଦିଷ୍ଟ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯାଇ ସେଠାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଅତ୍ୟାଧୁନିକ ବସ୍‍ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବା ଓ ପୌର କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କୁ ବଦଳି କରାଯିବା ଆଦି ଦାବିରେ ମଞ୍ଚର ଆବାହକ ସମାଜସେବୀ ଅନୁପ ପରିଡାଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ରାକେଶ ରୋଷନ ମହାନ୍ତି, ସମାଜସେବୀ ମିହିର ରଞ୍ଜନ ମୁଦୁଲି, ଅଜୟ ପ୍ରଧାନ ପ୍ରମୁଖ ଆଜି ପୂର୍ବାହ୍ନ ୧୦ଟା ଠାରୁ ପିପିଲି ପୌର କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ସାମ୍ବାଦିକ ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନଶନ ସ୍ଥଳରେ ପିପିଲି ପୁଲିସ ଓ ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ପହଞ୍ଚି ଅନଶନକାରୀଙ୍କ ସହ ଆଲୋଚନା ଚଳାଇଥିବା ସୂଚନା ମିଳିଛି।
ଏହା ପୂର୍ବରୁ ଗତ ଗୁରୁବାର ଦିନ ମଞ୍ଚ ପକ୍ଷରୁ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତିନି ଦଫା ଦାବି ପୁରଣ ପାଇଁ ଦାବି କରାଯାଇଥିଲା ଓ ଏ ସଂପର୍କରେ ପିପିଲି ତହସିଲଦାରଙ୍କ ମାଧ୍ୟମରେ ପୁରୀ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ୪୮ ଘଣ୍ଟା ମଧ୍ୟରେ ଦାବି ପୁରଣ କରାନଗଲେ ମଞ୍ଚ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ତେବେ ଅଦ୍ୟାବଧି କୌଣସି ଦାବି ପୂରଣ ହୋଇନଥିବାରୁ ମଞ୍ଚ ପକ୍ଷରୁ ଆମରଣ ଅନଶନ କରାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories