www.samajalive.in
Saturday, December 6, 2025
14.1 C
Bhubaneswar

ବିପଦ ସୃଷ୍ଟି କରୁଛି ପୋଖରୀବନ୍ଧ – ଲାଞ୍ଜିଗଡ଼ ରାସ୍ତା ପାର୍ଶ୍ୱ ଶୁଖିଲା ଗଛ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ଠାରୁ ଲାଞ୍ଜିଗଡ଼କୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ରହିଛି
ଶୁଖିଲା ଗଛ। ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ଶୁଖିଲା ଗଛଗୁଡ଼ିକ କେତେବେଳେ ଯେ କାହା ଉପରେ ପଡ଼ିବ ତାହା କହିହେବ ନାହିଁ। ଏହି ରାସ୍ତା ଦେଇ ଶତାଧିକ ଯାନବାହାନ ଚଳାଚଳ ସାଙ୍ଗକୁ ସ୍କୁଲ ଓ କଲେଜ ଛାତ୍ରୀଛାତ୍ରମାନେ ଯାତାୟାତ କରୁଛନ୍ତି। ଶୁଖିଲା ଗଛ ଗୁଡ଼ିକ ପବନରେ ଦୋହଲୁଥିବା ବେଳେ କୌଣସି ପରିସ୍ଥିତିରେ ଭାଙ୍ଗିବାର ଯଥେଷ୍ଟ ସମ୍ଭାବନା ରହିଛି। ଫଳରେ ରାସ୍ତାରେ ଯିବା ଆସିବା କରୁଥିବା ଯାନବାହନ, ଛାତ୍ରଛାତ୍ରୀ ଓ ବ୍ଲକ ମୁଖ୍ୟଳୟ ବିଶ୍ଵନାଥପୁରକୁ ବିଭିନ୍ନ କାମରେ ଆସୁଥିବା ଜନସାଧାରଣ ବିପଦର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି। ଗଛଗୁଡ଼ିକୁ କଟାଯିବା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲେ ମଧ୍ୟ ଅଣଦେଖା କରାଯାଉଛି। ଏବେ ବର୍ଷାପାଣି ପାଇ ଗଛଡାଳ ପଚିଯାଇ ବିଭିନ୍ନ ସମୟରେ ପଡୁଥିବା ବେଳେ ଯଥାଶୀଘ୍ର ଏଥିପ୍ରତି ପୂର୍ତ୍ତ ବିଭାଗ, ବନବିଭାଗ ଏବଂ ପ୍ରଶାସନ ଏଭଳି ଗଛଗୁଡ଼ିକୁ ରାସ୍ତାରୁ ହଟାଇବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories