ଓଡ଼ିଶା ଶିଳ୍ପ ସୁରକ୍ଷା ବଳ ତରଫରୁ ଅସ୍ତ୍ରଶସ୍ତ୍ର ତାଲିମ ଶିବିର

ଲାଞ୍ଜିଗଡ: ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ (ଓ଼ଆଇଏସଏଫ) ତରଫରୁ ଅସ୍ତ୍ରଶସ୍ତ୍ର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଆଇଏସଏଫ କ୍ୟାମ୍ପ ପରିସରରେ ଆୟୋଜିତ ଏହି ତାଲିମ ଶିବିରରେ ଜଣେ ଅତିରିକ୍ତ କମାଣ୍ଡାଣ୍ଟ, ଜଣେ ଇନ୍ସପେକ୍ଟର, ଦୁଇଜଣ ସବ-ଇନ୍ସପେକ୍ଟର, ହାବିଲଦାର ଓ କନଷ୍ଟେବଲଙ୍କୁ ମିଶାଇ ୧୫୦ ଅଧିକାରୀ ଓ ଯବାନ ତାଲିମ ନେଇଥିଲେ। ଏଥିରେ ଇନସାସ ରାଇଫେଲ, ଏଲଏମଜୀ, ପିସ୍ତଲ, ଗ୍ୟାସ ଗନ, ପିଏଜି ତାଲିମ ସହିତ ଯୋଗଶିକ୍ଷା ଲାଭ କରିଥିଲେ। ଅତିରିକ୍ତ କମାଣ୍ଡାଣ୍ଟ କେ. ରିଷିକେଶ ବେହେରାଙ୍କ ନେତୃତ୍ୱରେ ଏହି ତାଲିମ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଛି।

Comments are closed.