Patra electronics

ଲାଞ୍ଜିଗଡ ବ୍ଲକର ପ୍ରତି ଘର ହେବ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମୁକ୍ତ

ଲାଞ୍ଜିଗଡ : ଆଜି ଜୀବଜଗତ ପାଇଁ ନଷ୍ଟ ହୋଇ ପାରୁନଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବିପଦ ସୃଷ୍ଟି କରୁଥିବା ବେଳେ ସରକାର ଓ ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ହଟାଇବାକୁ ନେଇ ପ୍ରୟାସ ଆରମ୍ଭ ହୋଇଛି। ଏହାର ଆଧାରରେ କଳାହାଣ୍ଡି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକର ପ୍ରତି ଘରକୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମୁକ୍ତ କରିବାକୁ ଏକ ଅଭିଯାନ ଆରମ୍ଭ ହୋଇଛି। ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ରଙ୍କ ତତ୍ୱାବଧାନରେ ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତରେ ବିଡିଓ ଶ୍ରୀ ପାତ୍ର ଏହାର ଉଦଘାଟନ କରିଥିଲେ। ଏହି ଅଭିଯାନରେ ବ୍ଲକର ପ୍ରତି ପଞ୍ଚାୟତର ପ୍ରତି ଘରକୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମୁକ୍ତ କରିବାକୁ ସଂକଳ୍ପ ନିଆଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ଏଥିପାଇଁ ଘରକୁ ଘର ବୁଲି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି। ଏହି କ୍ରମରେ ଆଜି ବ୍ଲକର ବାତେଲିମା, ଚମ୍ପାଦେଇପୁର, ଜଗନ୍ନାଥପୁର, କଦମ୍ବଗୁଡା, କୁମଖାଲ, ଭଟାଙ୍ଗପଦର, ଗୁଣ୍ଡୁରୀ, ବେନଗାଁ, ମାଳିଯୁବାଙ୍ଗ, ତ୍ରିଲୋଚନପୁର, ପୋଖରୀବନ୍ଧ ଆଦି ପଞ୍ଚାୟତରେ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଓ ପଞ୍ଚାୟତ କର୍ତୃପକ୍ଷ ଏଥିରେ ସାମିଲ ହୋଇଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ସ୍ୱଚ୍ଛ ଭାରତ ମିଶନର ବ୍ଲକ ସଂଯୋଜକ ଅନନ୍ତ ସରାଫଙ୍କ ସମେତ ଅନ୍ୟମାନେ ଏହାର ତଦାରଖ ଦାୟିତ୍ୱ ନିର୍ବାହ କରୁଛନ୍ତି।

ଏଣିକି ଏଟିଏମରୁ ମିଳିବ ଚାଉଳ; ରାଜଧାନୀରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ

 

Comments are closed.