www.samajalive.in
Saturday, December 6, 2025
26.1 C
Bhubaneswar

ନିର୍ମାଣ ନସରୁଣୁ ଦବି ଯାଉଛି ରାସ୍ତା : ପୋଖରୀବନ୍ଧ-ଲାଞ୍ଜିଗଡ ରାସ୍ତା ନିମ୍ନମାନର ଅଭିଯୋଗ

ଲାଞ୍ଜିଗଡ : ଅତ୍ୟନ୍ତ ନିମ୍ନମାନର କାମକୁ ନେଇ ଲୋକଙ୍କ ମଧ୍ୟରେ ଦେଖ‌ିବାକୁ ମିଳିଛି ଅସନ୍ତୋଷର ବାତାବରଣ। ରାସ୍ତା ନିର୍ମାଣ ଶେଷ ନହେଉଣୁ କଳାହାଣ୍ଡି ଜିଲ୍ଲା ପୋଖରୀବନ୍ଧରୁ ଲାଞ୍ଜିଗଡ଼କୁ ସଂଯୋଗ କରୁଥିବା ରାସ୍ତା ଦବି ଯାଉଥିବା ଦେଖ‌ିବାକୁ ମିଳିଛି। ବିଶ୍ବନାଥପୁର ବିଇଓ ଅଫିସ ସାମ୍ନାରେ ରାସ୍ତା ଦବି ଯାଇଥିବା ବେଳେ ବାଇକ ଓ ମାଲବାହୀ ଯାନବାହନ ପାଇଁ ଏହା ସମସ୍ୟା ସୃଷ୍ଟି କରିବା ଆଶଙ୍କା ଦେଖା ଦେଇଛି। ସେହିପରି ବିଶ୍ବନାଥପୁର କଲେଜ ଛକରୁ ପିଡବ୍ଲ୍ୟୁଡି ବଙ୍ଗଳା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ପେଭର ବ୍ଲକ ଲଗାଯାଇଛି। କିନ୍ତୁ ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ଏହାର ସ୍ଥାୟିତ୍ଵ ନେଇ ସନ୍ଦେହ ଦେଖା ଦେଇଛି। ସେହିପରି ବର୍ଷା ଦିନ ଆସି ଯାଇଥିଲେ ହେଁ ବିଭିନ୍ନ ସ୍ଥାନରେ ଧିର ମନ୍ଥର ଗତିରେ କାମ ଚାଲିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ପିଡବ୍ଲ୍ୟୁଡି ବିଭାଗ ଆଦୌ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଅସନ୍ତୋଷ ଦେଖାଦେଇଛି। ଏଣୁ ପୋଖରୀବନ୍ଧରୁ ଲାଞ୍ଜିଗଡ ନିର୍ମାଣାଧୀନ ରାସ୍ତାର ଭିଜିଲାନ୍ସ ସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି।

ସାବଧାନ୍ ; ଗୁପ୍‌ଚୁପ୍ ଖାଇଲେ ହୋଇପାରେ କର୍କଟ..

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories