www.samajalive.in
Saturday, December 6, 2025
14.1 C
Bhubaneswar

ରାତି ପାହିଲେ ରଥଯାତ୍ରା ; ଶ୍ରୀଜୀଉଙ୍କ ଅପେକ୍ଷାରେ ରଥ ଆଉ ପଥ

ଲାଞ୍ଜିଗଡ: ରାତି ପାହିଲେ ଜମିବ ଭକ୍ତଙ୍କ ଭିଡ଼। ଘଣ୍ଟ ଘଣ୍ଟା, ଶଙ୍ଖ ଧ୍ୱନିରେ ଉଛୁଳି ଉଠିବ ଚତୁଃଦିଗ। ଭକ୍ତଙ୍କ ହାଉଯାଉ ଭିଡରେ ମାଉସୀ ଘରକୁ ଯିବେ ତିନି ଠାକୁର। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ଆସି ପହଞ୍ଚିଥିବା ବେଳେ ଶ୍ରୀଜୀଉଙ୍କ ରଥରେ ନିର୍ମାଣର ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ ଓ କାରିଗର। ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡଠାରେ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ପରିସରରେ ରଥଯାତ୍ରା ପ୍ରସ୍ତୁତି ଚାଲିଥିବା ବେଳେ ପ୍ରଥମ ଥର ପାଇଁ ୫୦ ଫୁଟ ଉଚ୍ଚତା ବିଶିଷ୍ଟ ଭବ୍ୟ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

୭୫ତମ ବନମହୋତ୍ସବ ସପ୍ତାହ ପାଳିତ


ଟୁକୁନା ମହାରଣାଙ୍କ ନେତୃତ୍ୱରେ ୨୨ଜଣ ମହାରଣା ଦୀର୍ଘ ଅଢେଇ ମାସ ଧରି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଶ୍ରୀ ଶ୍ରୀ ଶ୍ରୀ ହରିହର ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ଜାରି ରହିଛି। ଆସନ୍ତାକାଲି ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ସମାପନ କରିବାକୁ ପରିଚାଳନା କମିଟି ଓ ଅଞ୍ଚଳବାସୀ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି। ସେହିପରି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଲାଞ୍ଜିଗଡ ପୁଲିସ ପକ୍ଷରୁ ଥାନାଧିକାରୀ ବିଜୟ ଲକ୍ଷ୍ମୀ ହିକକାଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ ବୋଲି ସୂଚନା ମିଳିଛି। ସେହିପରି ଲାଞ୍ଜିଗଡ ଏବଂ ଏହାର ଆଖପାଖ ଅଞ୍ଚଳ ତଥା ବିଭିନ୍ନ ଅନୁଷ୍ଠାନର ଦୁଇ ଶହ ସ୍ବେଛାସେବୀ ବିଭିନ୍ନ ସେବା କାର୍ଯ୍ୟ ପାଇଁ ନିୟୋଜିତ ହେବେ ବୋଲି ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories