୭୫ତମ ବନମହୋତ୍ସବ ସପ୍ତାହ ପାଳିତ
କଲ୍ୟାଣସିଂହପୁର: ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ରାୟଗଡା ବନଖଣ୍ଡ ନିର୍ଦ୍ଦେଶରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତର ଆରେଗେଣ୍ଡା ଗାଁ ପାଖ ଜଙ୍ଗଲରେ ୭୫ତମ ବନମହୋତ୍ସବ ପାଳନ କରାଯାଇଛି । କାଜୁ, କରଞ୍ଜ, ଶିଶୁ, ତେନ୍ତୁଳି, ବାଦାମ, ନିମ୍ବ, ଶିତାଫଳ, ଅଁଳା ଭଳି ମୂଲ୍ୟବାନ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିବା ଦେଖିବାକୁ ମିଳିଛି।
ଏଥିରେ ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିବା ବେଳେ ବନପାଳ ପ୍ରଦୀପ ଜେନା ଓ ବନରଖି ସୂର୍ଯ୍ୟ ପଟ୍ଟନାୟକ, କେଦାର ବାଉରୀ, ରାଧା ଅଟକା, ପୁଷ୍ପାଞ୍ଜଳି ନାୟକ, ରାମ ସାମଲ ,ଏ.ବି.ତିରୁମଲା ରହିଥିବା ବେଳେ ପ୍ରଧାନ ଏନଜିଓ ସଂସ୍ଥାର ସଂଯୋଜକ ରାଜକିଶର ଦଣ୍ଡସେନା ସହ ଏଫ ଆର ଏ ସେଲର ସଂଯୋଜକ ମଦନ ସୁନ୍ଦର ସାମଲ ସହିତ ଗ୍ରାମବାସୀ ଉପସ୍ଥିତ ରହି ବୃକ୍ଷ ରୋପଣରେ ସହଯୋଗ କରିଥିଲେ।
ଦେଖନ୍ତୁ ଭିଡିଓ ; ବିଚ୍ ରାସ୍ତାରେ ବିବାହ ପୂର୍ବରୁ ରିକ୍ସାରେ ଏମିତି କିଛି କଲେ କନ୍ୟା..
Comments are closed.