www.samajalive.in
Sunday, December 7, 2025
23.1 C
Bhubaneswar

ଭାରତରେ ଦ୍ୱିତୀୟ: ୫୧ ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ବାହାରିଲା ୭ କେଜିର ଟ୍ୟୁମର

ଭୁବନେଶ୍ୱର: ପ୍ରତିବଦ୍ଧତା, ନିଷ୍ଠାପର ପ୍ରୟାସ ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ଏମ୍ସ ଭୁବନେଶ୍ୱର। ପଶ୍ଚିମବଙ୍ଗର ଜଣେ ୫୧ବର୍ଷ ବୟସ୍କ ପୁରୁଷ(ରବୀନ୍ଦ୍ର ବିଶୁଇ)ଙ୍କ ଖପୁରୀର ଉପର ଅଂଶ(ସ୍କାଲ୍ପ)ରୁ ପ୍ରାୟ ୭ କେଜି ଓଜନର ବିରଳ ସିନୋଭିଆଲ୍ ସାର୍କୋମା ଟ୍ୟୁମରକୁ ସଫଳତାର ସହିତ ଅସ୍ତ୍ରୋପଚାର ଦ୍ଵାରା ବାହାର କରାଯାଇଛି। ଖପୁରୀର ଉପର ଭାଗରେ ସାଧାରଣତଃ ଏହି ଜାତୀୟ ଟ୍ୟୁମର୍ ଦେଖାଯାଇ ନ ଥାଏ। ମାତ୍ର ଥରେ ହେଲେ ଏହା ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଏ। ତେଣୁ ଅତ୍ୟନ୍ତ ସତର୍କତାର ସହିତ ଏହାକୁ କଢ଼ାନଗଲେ ରୋଗୀ ପାଇଁ ଏହା ବିପଦପୂର୍ଣ୍ଣ ହୋଇଥାଏ। ଭାରତରେ ଏପରି ଅସ୍ତ୍ରୋପଚାର ଦ୍ବିତୀୟ ଥର ପାଇଁ ସମ୍ପାଦିତ ହୋଇଥିବା କୁହାଯାଉଛି।
ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏହି ବିରଳ ଅସ୍ତ୍ରପୋଚାରରେ ସଂପୃକ୍ତ ଥିବା ଡାକ୍ତରୀ ଦଳ ତଥା ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ବିରଳ ଟ୍ୟୁମର ଚିକିତ୍ସା ପାଇଁ ଏମ୍ସର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗୀୟ ମୁଖ୍ୟ ଡ. ସଞ୍ଜୟ କୁମାର ଗିରିଙ୍କ ନେତୃତ୍ବରେ ଇଣ୍ଟରଭେନ୍ସନାଲ ରେଡିଓଲୋଜି, ସର୍ଜିକାଲ୍ ଅନ୍କୋଲୋଜି, ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ୍ ସର୍ଜରୀ, ଆନାସ୍ଥେସିଓଲୋଜି ଏବଂ ପାଥୋଲୋଜି ବିଶେଷଜ୍ଞଙ୍କୁ ନେଇ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଥିଲା।  ଦୁଇ ଦଶନ୍ଧି ହେବ ଏହି ଟ୍ୟୁମରରେ ପୀଡ଼ିତ ଥିଲେ। ମାତ୍ର ଗତ କିଛି ମାସ ମଧ୍ୟରେ ଏହା ଅହେତୁକ ଭାବେ ବୃଦ୍ଧି ପାଇ ପ୍ରାୟ ୭ କେଜିରେ ପହଞ୍ଚିଥିଲା। ଯାହାକି ତାଙ୍କ ଜୀବନକୁ ଦୁର୍ବିସହ କରିଦେଇଥିଲା। ଏହା ବିରଳ ସିନୋଭିଆଲ୍ ସାର୍କୋମା ଟ୍ୟୁମର୍ ବୋଲି ଚିହ୍ନଟ ହେଲା ପରେ ପାରମ୍ପରିକ ଚିକିତ୍ସା ପଦ୍ଧତି ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।
ଏହି ଜଟିଳ ଅସ୍ତ୍ରୋପଚାରର ପ୍ରଥମ ସୋପାନରେ ରେଡିଓଲୋଜି ବିଭାଗର ଡ. ମନୋଜ କୁମାର ନାୟକଙ୍କ ଦ୍ବାରା ଧମନୀ ଏବଂ ବାମ ଓସିପିଟାଲ୍ ଧମନୀକୁ ଲକ୍ଷ୍ୟ କରି ରକ୍ତବାହୀ ଗୁଡ଼ିକ ସହିତ ସଠିକ୍ ସଂଯୋଗୀକରଣ କରାଯାଇଥିଲା। ପରେ ନ୍ୟୁ‌େରାସର୍ଜରୀ ବିଭାଗ ମୁଖ୍ୟ ଡ. ରବି ନାରାୟଣ ସାହୁ, ସର୍ଜିକାଲ୍ ଅନ୍କୋଲୋଜି ବିଭାଗ ଡ. କନଭ ଗୁପ୍ତା, ଡ. ଅନିଲ କୁମାର, ଡ. ଫନୀନ୍ଦ୍ର କୁମାର ସ୍ବାଇଁ, ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡ. ଦୀନେଶ, ଡ. ସଞ୍ଜୟ କୁମାର ଗିରି, ଡ. ସାନ୍ତନୁ ସୁବା, ଡ. ରଞ୍ଜିତ କୁମାର ସାହୁ, ଡ. ଅପର୍ଣ୍ଣା କାନୁନ୍ଗୋ, ଡ. ଗୋପିକା ଜିତ୍, ଡ. ଆକାଙ୍ଖା ରାଜପୁତ ଏବଂ ଡ. ଆହାନାଙ୍କ ଦ୍ବାରା ବିଭିନ୍ନ ପ୍ରକ୍ରିୟା ସମ୍ପାଦିତ ହୋଇଥିଲା। ଅତ୍ୟନ୍ତ ଜଟିଳ ପଦ୍ଧତି ସହାୟତାରେ ଦୀର୍ଘ ୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ମାରାତ୍ମକ ଟ୍ୟୁମରର ସଫଳ ଅସ୍ତ୍ରୋପଚାର ସମାପ୍ତ ହୋଇଥିଲା। ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ୬ୟୁନିଟ୍ ରକ୍ତ ସହିତ ଅନ୍ୟାନ୍ୟ ବିଭିନ୍ନ ଆବଶ୍ୟକତାକୁ ଡ. ଅପରାଜିତା ପଣ୍ଡାଙ୍କ ନେତୃତ୍ବରେ ଗଠିତ ଦଳ ପୂରଣ କରିଥିଲା। ସଫଳ ଅସ୍ତ୍ରୋପଚାର ପରେ ରୋଗୀକୁ ଅଧିକ ନିରୀକ୍ଷଣ ଏବଂ ଚିକିତ୍ସା ପ୍ରଦାନ ନିମିତ୍ତ ୱାର୍ଡକୁ ସ୍ଥାନାନ୍ତର କରିବା ପୂର୍ବରୁ ୨୪ ଘଣ୍ଟା ପାଇଁ ଆଇସିୟୁରେ ରଖାଯାଇଥିଲା। ଚିକିତ୍ସା ପ୍ରକ୍ରିୟାରେ ଡ. ପ୍ରୀତିନନ୍ଦା ମିଶ୍ର ପାଥୋଲୋଜିକାଲ୍ ମୂଲ୍ୟାଙ୍କନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଏପରି ବିରଳ ଅସ୍ତ୍ରୋପଚାର କେବଳ ଯେ ସ୍ବାସ୍ଥ୍ୟ ବିଜ୍ଞାନର ପରାକାଷ୍ଠାକୁ ପ୍ରଦର୍ଶିତ କରିଥିଲା, ବରଂ ଏମ୍ସ ଭୁବେନଶ୍ବରର ବିଭିନ୍ନ ବିଭାଗ ମଧ୍ୟରେ ଥିବା ବଳିଷ୍ଠ ଟିମ୍ୱାର୍କ୍କୁ ପ୍ରମାଣିତ କରିଛି। ଏମ୍ସ ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ଏପରି ଏକ ଅଦ୍ଭୁତ କାର‌୍ୟ୍ୟୋ ପାଇଁ ଡାକ୍ତରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories