mission shakti banner

ସହାୟିକା ଭରସାରେ ଚାଲିଛି ୨ଟି ଅଙ୍ଗନବାଡ଼ି କେନ୍ଦ୍ର।

nua o banner
ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଳକ ତ୍ରିଲୋଚନପୁର ପଞ୍ଚାୟତରେ ରହିଛି ୫ଟି ଅଙ୍ଗନବାଡ଼ି କେନ୍ଦ୍ର।ସେଥିରୁ ୨ଟି କେନ୍ଦ୍ର ବନ୍ଦ ରହିଥିବା ବେଳେ ଠିକାଦାର କବଜାରେ ୧ ରହିଛି। ଅନ୍ୟ ଦୁଇଟି କେନ୍ଦ୍ର ସହାୟିକା ଖୋଲି ଥିବା ଦେଖିବାକୁ ମିଳିଛି।ଏହାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।  ତ୍ରିଲୋଚନପୁର ପଞ୍ଚାୟତର ଲଡ଼ାଙ୍ଗ, ଫୁଲଡୁମେର, ଆମ୍ବଗୁଡ଼ା, ଗଉଡ଼ଥୁଆଗୁଡା ଓ ତ୍ରିଲୋଚନପୁର ଠାରେ ଅଙ୍ଗନବାଡ଼ି କେନ୍ଦ୍ର ରହିଛି।  ଏହି କେନ୍ଦ୍ରମାନଙ୍କ ମଧ୍ୟରେ ଲଡାଙ୍ଗ ଦାୟିତ୍ଵରେ ପ୍ରେମିକା ବାତ୍ରିଆ, ଫୁଲଡୁମେର ଦାୟିତ୍ଵରେ ଜୟନ୍ତୀ ବାତରିଆ, ଆମ୍ବଗୁଡ଼ା ଝୁନି ତୁଳ, ଗଉଡ଼ଥୁଆଗୁଡ଼ା ଅନୁଜା ପରିଡ଼ା ଓ ତ୍ରିଲୋଚନପୁର କେନ୍ଦ୍ର ଦାୟିତ୍ଵରେ ସୂର୍ଣ୍ଣଲତା ସିଂ ରହିଛନ୍ତି। ଏଥିମଧ୍ୟରୁ କେବଳ ତ୍ରିଲୋଚନପୁର କେନ୍ଦ୍ର ଓ ଆମ୍ବଗୁଡା କେନ୍ଦ୍ର ସହାୟିକା ଖୋଲିଥିବା ଦେଖୁବାକୁ ମିଳିଛି।
ଅନ୍ୟ ୩ ଗୋଟି କେନ୍ଦ୍ର ମଧ୍ୟରୁ ଲଡାଙ୍ଗ କେନ୍ଦ୍ର ଜିଓ ଟାୱାର ଠିକାଦାର କବଜାରେ ରହିଥିବା ବେଳେ ଅନ୍ୟ ୨ ଗୋଟି ପୁଲଡୁମେର ଓ ଗଉଡ଼ଥୁଆଗୁଡା ବନ୍ଦ ରହିଛି। ଲଡ଼ାଙ୍ଗ ଏକ ଆଦିବାସୀ ଗ୍ରାମ ହୋଇଥିବା ବେଳେ କେନ୍ଦ୍ର ଦାୟିତ୍ବରେ ଅଙ୍ଗନବାଡି କର୍ମୀ ପ୍ରେମିକା ବାତ୍ରିଆ ରହିଛନ୍ତି। ସେ ମାସ ମାସ ଧରି କେନ୍ଦ୍ରକୁ ଯାଉନଥିବା ବେଳେ ବର୍ତ୍ତମାନ କେନ୍ଦ୍ରଟି ଜିଓ ଟାୱାର ନିର୍ମାଣ କରୁଥିବା ଠିକାଦାର ମୁକେସ ଦୁବେକୁ ଦିଆଯାଇଛି।ଗାଁ ଲୋକେ ଅଭିଯୋଗ କଲେ ଆଦିବାସୀଙ୍କ ସରଳତା ଦେଖି କର୍ମୀ ନାଲିଆଖି ଦେଖାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ସେହିପରି ଫୁଲଡୁମେର ଅଙ୍ଗନବାଡ଼ି କର୍ମୀ କେନ୍ଦ୍ରକୁ ମାସ ମାସ ଧରି ଆସୁନ‌ଥିବା ବେଳେ କେନ୍ଦ୍ରଟି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି।ସହାୟିକା ଆଣି ତାଙ୍କ ଘରେ ଛତୁଆ ଦେଉଥିବା ଅଭିଯୋଗ ହେଉଛି।ସେହିପରି ଆମ୍ବଗୁଡ଼ା କେନ୍ଦ୍ର ଦାଇତ୍ବରେ ଥିବା କର୍ମୀ ଝୁନି ତୁଳ ମଧ୍ୟ ନିୟମିତ ଆସୁନଥିବା ଅଭିଯୋଗ ହେଉଛି।ଗାଁର କିଛି ଲୋକ ରଖିଛି।କେନ୍ଦ୍ର ତଦନ୍ତରେ କିଏ ଆସିଲେ ଫୋନ କଲ ଯିବା ମାତ୍ରେ କେନ୍ଦ୍ରକୁ ଆସୁଛି। ସହାୟିକା ସେଣ୍ଟର ଖୋଲି ରହିଥାଉଛି। ସେହିପରି ତ୍ରିଲୋଚନପୁର କେନ୍ଦ୍ର ଦାୟିତ୍ଵରେ ରହିଥିବା ସ୍ବର୍ଣ୍ଣଲତା ସିଂ ମଧ୍ୟ ନିୟମିତ ଆସୁନଥିବା ଅଭିଯୋଗ ହେଉଛି।କିନ୍ତୁ ସହାୟିକା କେନ୍ଦ୍ର ଖୋଲି ରହୁଛି। ଏନେଇ ପୂର୍ବରୁ ଅଙ୍ଗନବାଡି କର୍ମୀମାନେ ମାସ ମାସ ଧରି କେନ୍ଦ୍ରରେ ଅନୁପସ୍ଥିତ ରହୁଥିବା ନେଇ ନାଏବ ସରପଞ୍ଚ ତରଣୀସେନ ବାଗ ପଞ୍ଚାୟତ ସମିତି ବୈଠକରେ ଅଭିଯୋଗ ମଧ୍ୟ ଆଣିଥିଲେ।ଏହାକୁ ନେଇ ପଞ୍ଚାୟତରେ ଏକ ବୈଠକ ମଧ୍ୟ ହୋଇଥିଲା। ନିୟମିତ ଡ୍ୟୁଟି କରିବୁ ବୋଲି କର୍ମୀମାନେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।
ହେଲେ ପୁଣି କାର୍ଯ୍ୟରେ ଅବହେଳା କରୁଥିବା ନେଇ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି।ଏନେଇ ଆଇସିଡିଏସ୍ ସୁପର ଭାଇଜର ମନ୍ଦାର ଛାତ୍ରୀଆଙ୍କୁ ପଚାରିବାରୁ ତ୍ରିଲୋଚନପୁର ଦାଇତ୍ଵରେ ଥିବା ଜ୍ୟୋସ୍ନା ମିଶ୍ର କିଛି ମାସ ତଳେ ଅବସର ନେବା ପରେ ମୋତେ ଦାଇତ୍ଵ ଦିଆଯାଇଛି।ମୋ ଅଧୀନରେ ୬୦ରୁ ଉର୍ଦ୍ଧ୍ବ କେନ୍ଦ୍ର ରହିଥିବା ବେଳେ ସବୁ କେନ୍ଦ୍ର ଯିବା ସମ୍ଭବ ହେଉନାହିଁ। ମୁଁ ବାରମ୍ବାର ସମସ୍ତଙ୍କୁ ସେଣ୍ଟର ଯିବା ପାଇଁ କ‌ହୁଛି।
ଏନେଇ ବ୍ଳକ ଦାଇତ୍ଵରେ ଥିବା ସିଡିପିଓ ବିଜୟଶ୍ରୀ ସିଂ ଦେଓଙ୍କୁ ପଚାରିବାରୁ ଆମ ଅଙ୍ଗନବାଡି କେନ୍ଦ୍ର କୌଣସି ଠିକାଦାରଙ୍କୁ ନଦେବା କଥା। ତ୍ରିଲୋଚନପୁର କର୍ମୀ ମାନଙ୍କୁ ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିଲା।ସମବାର ସମସ୍ତଙ୍କୁ କର୍ମୀଙ୍କୁ ଭେଟିବି ବୋଲି ପ୍ରକାଶ କରିଛନ୍ତି| ତେବେ ମାସ ମାସ ଧରି କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Comments are closed.