www.samajalive.in
Saturday, December 6, 2025
16.1 C
Bhubaneswar

ବସନ୍ତପଡାରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହ

ଲାଞ୍ଜିଗଡ଼ : ଆଜି ମଣିଷ ଅନେକ କ୍ଷେତ୍ରରେ ପ୍ରଗତି ସହିତ ଅନେକ ସଫଳତା ହାସଲ କରିସାରିଛି । ସୃଷ୍ଟିର ରହସ୍ୟଭେଦ କରିବାକୁ ଅଗ୍ରସର ହେଉଥିବା ମଣିଷ ସମାଜରେ ଯେତେବେଳେ ମହିଳାଟିଏ ଘରୋଇ ହିଂସାର ଶିକାର ହୁଏ, ମୌଳିକ ଶିକ୍ଷା ଓ ଅଧିକାରରୁ ବଞ୍ଚିତ ହୁଏ । ପ୍ରତି ପଦପାତରେ ଅତ୍ୟାଚାରିତ ହୁଏ, ତେବେ ଏ ପ୍ରଗତି ଓ ସଫଳତା ନିରର୍ଥକ ହୋଇ ରହିଯିବ। ଏଣୁ ବର୍ତ୍ତମାନ ପରିସ୍ଥିତିରେ କି ସହରୀ କି ଗ୍ରାମୀଣ ସମସ୍ତ ଅଞ୍ଚଳର ମହିଳାଙ୍କୁ ଶିକ୍ଷିତ ଓ ସଚେତନ କରିବା ଆଜିର ମୁଖ୍ୟ ଆବଶ୍ୟକତା । ଆଜି ଆମ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ମହିଳାମାନେ ଇତିହାସ ରଚିଛନ୍ତି । ଏହାସତ୍ତ୍ୱେ କେତେକ ଅଞ୍ଚଳରେ ଏଥିରେ ତାରତମ୍ୟ ପରିଲକ୍ଷିତ ହୋଇଥାଏ । ଏଣୁ ଦେଶର କୋଣ ଅନୁକୋଣର ସମସ୍ତ ମହିଳାଙ୍କୁ ସମାନତାର ଅଧିକାର ଦିଆଗଲେ ଏକବିଂଶ ଶତାବ୍ଦୀର ମଣିଷ ସମାଜ ଆହୁରି ସଶକ୍ତ ଓ ପ୍ରତିଷ୍ଠିତ ହୋଇପାରିବ ବୋଲି ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଅତିଥିମାନେ ଏହା କହିଛନ୍ତି ।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ସିଏସଆର ବିଭାଗ ଆନୁକୂଲ୍ୟରେ ବସନ୍ତପଡା ଖେଳପଡିଆଠାରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବେଦାନ୍ତ ଲିମିଟେଡ ସିଏସଆର୍ ବିଭାଗ ମୁଖ୍ୟ ଶିଶିର ତରଫଦାରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସମାରୋହରେ ଅତିଥି ଭାବେ ବସନ୍ତପଡା ସରପଞ୍ଚ ଚାଞ୍ଚେର ମାଝୀ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଏଗାଥା ଚିନ୍ଦା, ବେଦାନ୍ତ ଲିମିଟେଡ ସୁରକ୍ଷା ବିଭାଗର ସୁପ୍ରଭା ପଟ୍ଟନାୟକ, ସିଏସଆର୍ ବିଭାଗ ଉପମୁଖ୍ୟ ଦିଲିପ ପ୍ରଜାପତି, ସିଏସଆର୍ ବିଭାଗର ବଣ୍ଟିରାଣୀ ପାଟଗିରି, ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନବାଡି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଲାଞ୍ଜିଗଡ, ବାତେଲିମା, ଛତ୍ରପୁର, ଜଗନ୍ନାଥପୁର, ଚମ୍ପାଦେଇପୁର ଆଦି ପଞ୍ଚାୟତରେ ମଧ୍ୟ ମହିଳା ଦିବସ ପାଳିତ ହୋଇଯାଇଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories