www.samajalive.in
Saturday, December 6, 2025
26.1 C
Bhubaneswar

ବାଣିଜ୍ୟିକ ଯାନ ପାଇଁ ବାୟୋଡିଜେଲକୁ ସଫଳତା ପୂର୍ବକ ପରୀକ୍ଷା କଲା ବେଦାନ୍ତ ଲାଞ୍ଜିଗଡ଼

ଲାଞ୍ଜିଗଡ଼: ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନିୟମ ଲିମିଟେଡ ଭାରତର ଅଗ୍ରଣୀ ମେଟାଲର୍ଜିକାଲ ଗ୍ରେଡର ଆଲୁମିନିୟମ ନିର୍ମାତା ବାୟୋଡିଜେଲ ପ୍ରୟୋଗ ଅନୁସନ୍ଧାନ ଆରମ୍ଭ କରିଛି । କମ୍ପାନୀ ଏହାର ବ୍ୟବସାୟିକ ଯାନଗୁଡ଼ିକର ସବୁଜ ଇନ୍ଧନ ଭାବରେ ବାୟୋ ଡିଜେଲକୁ ଉପଯୋଗ କରିବ। ୨୦୫୦ ସୁଦ୍ଧା ନେଟ ଶୂନ୍ୟ କାର୍ବନ ହାସଲ କରିବାରେ କଂପାନୀର ଏହି ଯାତ୍ରା ଏକ ରଣନୀତିକ ପଦକ୍ଷେପ । ଛତିଶଗଡ଼ର ବାଲକୋଠାରେ ମଧ୍ୟ କମ୍ପାନୀ ପକ୍ଷରୁ ଏହିପରି ପଦକ୍ଷେପ ଗ୍ରହଣ କରାଯାଉଛି ।

ବାୟୋ ଡିଜେଲ ହେଉଛି ବାୟୋମାସରୁ ଉତ୍ପନ୍ନ ଏକ ସବୁଜ ଇନ୍ଧନର ରୂପ ଓ ପେଟ୍ରୋଲିୟମ ଉତ୍ପାଦିତ ଡିଜେଲ ପାଇଁ ଏକ ନବୀକରଣ ଯୋଗ୍ୟ ବିକଳ୍ପ। ଯାହା ଜଳିଲେ କମ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ କରିଥାଏ । ଏହାକୁ ବ୍ୟବହାର କରିବା ଦ୍ୱାରା ଯାନ ବାହାନର କାର୍ଯ୍ୟଦକ୍ଷତା ବୃଦ୍ଧି ପାଏ ଓ ଇନ୍ଧନ ଖର୍ଚ୍ଚ ହ୍ରାସ ପାଏ । କଂପାନୀ ଓଡ଼ିଶାର ଲାଞ୍ଜିଗଡ଼ରେ ଥିବା ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀରେ ୩ଟନ ଓ ୫ଟନ ବୈଦ୍ୟୁତିକ ଫର୍କଲିଫ୍ଟ ମଧ୍ୟ ଯୋଗାଇ ଦେଉଛି ଏବଂ ଓଡ଼ିଶା ତଥା ଛତିଶଗଡ଼ର ଏହାର କାର୍ଯ୍ୟରେ ୪୪ଟି ବିଦ୍ୟୁତ ଲିଥିୟମ ଆୟନ ଫର୍କଲିଫ୍ଟକୁ କାର୍ଯ୍ୟକାରୀ କରୁଛି । ବେଦାନ୍ତ ଆଲୁମିନିୟମ ୨୦୩୦ ସୁଦ୍ଧା ଏହାର ୧୦୦% ହାଲୁକା ମୋଟର ଯାନ ଓ ୨୦୩୫ ସୁଦ୍ଧା ଏହାର ଖଣି ଫ୍ଲିଟ ପାଇଁ ୭୫% ଡିକାର୍ବନାଇଜେସନ କରିବାକୁ ପ୍ରତିଶ୍ରୁତି ଦେଇଛି ।

- Advertisement -

ବେଦାନ୍ତ ଲାଞ୍ଜିଗଡ଼ର କ୍ଲାଇମେଟ ଆକ୍ସନ ପ୍ରୟାସ ବିଷୟରେ ଆଲୁମିନା ବିଜିନେସ ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ବେଦାନ୍ତରେ ଆମେ ଜଳବାୟୁ କାର୍ଯ୍ୟ ଉପରେ ଏକ ଦ୍ୱିପାକ୍ଷିକ ଅବଲମ୍ବନ ପନ୍ଥା ଗ୍ରହଣ କରିଛୁ, ଯେଉଁଥିରେ ଆମର କାର୍ବନ ପଦ ଚିହ୍ନ ହ୍ରାସ ହେବ ଓ ନିର୍ଗମନ ବନ୍ଦ ହୋଇପାରିବ । ସବୁଜ ଇନ୍ଧନକୁ ସ୍ଥାନାନ୍ତରଣ ହେଉଛି ଆମର ଏହି ପ୍ରୟାସ । ବ୍ୟବହାର କରାଯାଉଥିବା ଡିଜେଲର ଅନୁପାତକୁ କମ କରି ବେଦାନ୍ତ ଲାଞ୍ଜିଗଡ଼ ଏହାର ପ୍ରତ୍ୟେକ କାର୍ଯ୍ୟକୁ ଡିକାର୍ବନାଇଜେସନ ପାଇଁ ଉନ୍ନତ ପ୍ରଯୁକ୍ତି ସହାୟତା ନେଉଛି ।

ସଂପ୍ରତି ଏହାର ଶକ୍ତି ସଂରକ୍ଷଣ ପଦକ୍ଷେପ ପାଇଁ ଓଡ଼ିଶା ରାଜ୍ୟ ଶକ୍ତି ସଂରକ୍ଷଣ ପୁରସ୍କାର ୨୦୨୩ରେ ସମ୍ମାନିତ କରାଯାଇଛି । ଏହାର ଜଳବାୟୁ କାର୍ଯ୍ୟ ପଦକ୍ଷେପ ପାଇଁ ବେଦାନ୍ତ ଲାଞ୍ଜିଗଡ଼କୁ ବିଭିନ୍ନ ଫ୍ଲାଟଫର୍ମରୁ ସ୍ୱୀକୃତି ଦିଆଯାଇଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories