www.samajalive.in
Saturday, December 6, 2025
15.1 C
Bhubaneswar

ପୋଖରୀବନ୍ଧରେ ସର୍ବ ବୃହତ୍ ହନୁମାନ ମୂର୍ତ୍ତି ସ୍ଥାପନ ପାଇଁ ଭୂମିପୂଜନ

ଲାଞ୍ଜିଗଡ଼: ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି। ଆଜି ସେଇ ମୂହୁର୍ତ୍ତ ଆସି ପହଞ୍ଚିଛି ଯେଉଁ ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ ଭାରତର କୋଟି କୋଟି ଜନତା। ଅଯୋଧ୍ୟାରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ପାଇଁ ଆଜି ହେଉଛି ପ୍ରାଣ ପ୍ରତିଷ୍ଠା ଉତ୍ସବ.ଏହାକୁ ନେଇ ସାରାଦେଶ ରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଥିବାବେଳେ  ଆଜି ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ ବ୍ଲକ ପୋକରୀବନ୍ଧ ଠାରେ ଏହି ଉତ୍ସବକୁ ମହା ଆଡମ୍ବର ସହ ପାଳନ କରିଛନ୍ତି ଅଞ୍ଚଳ ବାସି ।
ଏହି ଅବସରରେ ପୋଖରୀବନ୍ଧ ଠାରେ ଭାରତର ସର୍ବ ବୃହତ ୧୮୧ ଫୁଟର ହନୁମାନ ମୂର୍ତ୍ତି ନିର୍ମାଣ କରିବାପାଇଁ ଭୂମି ପୂଜନ କରାଯାଇଛି, ଆଜି ସକାଳୁ ଶ୍ରୀରାମ ଙ୍କ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଭୂମିପୂଜନ ଉତ୍ସବରେ କର୍ତ୍ତା ଭାବରେ ରମେଶ ଚନ୍ଦ୍ର ସାହୁ ହୋଇଥିବା ବେଳେ ପୂଜକ  ପଞ୍ଚମୁଖି ହନୁମାନ ସେବକ ନିତ୍ୟନନ୍ଦ ଦାସ, ମାୟାଧର ଶତପଥି ପୂଜାର୍ଚ୍ଚନା କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ବିନାୟକପୁର, ଜାରିଂପଟା, ଇରକୁଳି, ମେଲଘୁଟୁ, ପୋଡା ଉମେର, ଲୋକନାଥପୁର, ଆଦି ଅଞ୍ଚଳର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ରମେଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ହନୁମାନ ବାଟିକା କମିଟିର ଭବାନୀ ବାଣୁଆ, ସାନାତନ ବିଶି, ବିକ୍ରମ ବାରିକ, ଭାଗିରଥି ବାଣୁଆ, ମାୟାଧର ବେହେରା, ସଂକିର୍ତନ ବେହେରା, ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ, ତିରୁପତି ପାତ୍ର, ପ୍ରମୁଖ ସହଯୋଗ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories