www.samajalive.in
Sunday, December 14, 2025
19.1 C
Bhubaneswar

ଲାଞ୍ଜିଗଡ଼ ସ୍ମାର୍ଟ ସ୍କୁଲ କାମ ଅକସ୍ମାତ ତଦାରଖ କଲେ ଜିଲ୍ଲାପାଳ

ଲାଞ୍ଜିଗଡ଼: ମୋ ସ୍କୁଲ ଅଭିଯାନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ରୋଡ଼ ଉଚ୍ଚ ବିଦ୍ୟାଳୟ ଓ ବିଶ୍ୱନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ସାମିଲ ହୋଇଥିବା ବେଳେ ସ୍କୁଲର ରୂପାନ୍ତରଣ କାର୍ଯ୍ୟ ବର୍ତ୍ତମାନ ଚାଲିଛି। ସ୍ମାର୍ଟ କ୍ଳାସରୁମ,ଇ-ଲାଇବ୍ରେରୀ, ଆଧୁନିକ ବିଜ୍ଞାନଗାର, କଂପ୍ୟୁଟର ଲ୍ୟାବ, ସ୍ୱଚ୍ଛ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ପାଇଁ କାମ ଚାଲିଛି। ଏଣୁ କାମ ଜାରି ରହିଛି। ଏହାକୁ ନେଇ କଳାହାଣ୍ଡି ଜିଲ୍ଲାପାଳ ଡ଼. ଗାଭାଲି ପରାଗ ହର୍ଷଦ ଆଜି ଅକସ୍ମାତ ଲାଞ୍ଜିଗଡ଼ ରୋଡ଼ ଉଚ୍ଚ ବିଦ୍ୟାଳୟ ଓ ବିଶ୍ୱନାଥପୁର ଗୋପବନ୍ଧୁ ସ୍କୁଲ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି।ରୂପାନ୍ତରଣ କାର୍ଯ୍ୟକ୍ରମର ଅଗ୍ରଗତି ଓ ତ୍ୱରାନ୍ୱିତ କରିବାକୁ ଠିକା ସଂସ୍ଥାକୁ ତାଗିତ କରିଛନ୍ତି। ଜିଲ୍ଲାପାଳ ଏହି ଗସ୍ତ ବେଳେ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ଏଇ ରେଣୁକା ଠାକୁର, ଯନ୍ତ୍ରୀ ପିତାମ୍ବର ହେମରମ, ଯନ୍ତ୍ରୀ ସ୍ମିତା ବିଶ୍ୱାଳ, ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories