www.samajalive.in
Sunday, December 14, 2025
23.1 C
Bhubaneswar

ବିଶ୍ୱନାଥ ବିଦ୍ୟାପୀଠରେ ତାଲିମ ଶିବିର

ଆଠଗଡ: ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠର ପରିଚାଳନା କମିଟି ସଭ୍ୟ ଓ ସଭ୍ୟାମାନଙ୍କର ସହଯୋଗ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ତାଲିମ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ସ୍କୁଲର ଛାତ୍ରମାନଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ତତ୍‍ସହିତ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ସଭାପତି ବିଜୟ କୁମାର ସାହୁଙ୍କ ପୌରୋହିତ୍ୟରେ ଏହି ତାଲିମ ଶିବିରରେ ପ୍ରଧାନଶିକ୍ଷକ ରୁଦ୍ରନାରାୟଣ ସାମଲ ତାଲିମ ଶିବିରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ସାମଗ୍ରିକ ବିକାଶ ନିମନ୍ତେ ପରିଚାଳନା କମିଟିର ଆବଶ୍ୟକତା ଓ ଦାୟିତ୍ୱ ସଂପର୍କରେ ସେ ଆଲୋଚନା କରିବା ସହ ଏବେ ସ୍କୁଲରେ ଚାଲିଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସଂପର୍କରେ ଅବତାରଣା କରିଥିଲେ।

ମୋ ସ୍କୁଲ ଅଧିନରେ ସରକାରଙ୍କର ୫-ଟି ବିଭାଗ ଦ୍ୱାରା ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟକ୍ରମରେ ନିର୍ମାଣାଧିନ ସମସ୍ତ ବିକାଶମୂଳକ କାର୍ଯ୍ୟ ଗୁଡିକର ଅଗ୍ରଗତି ଏବଂ ମୋ ସ୍କୁଲ ଅଭିଯାନ ଯୋଜନା ଅନ୍ତର୍ଗତ ଉନ୍ନୟନ କାର୍ଯ୍ୟ ସଂପର୍କରେ ଆଲୋଚନା କରି ଏହାର ସୁପରିଚାଳନା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ଗୁରୁଦାୟିତ୍ୱ ରହିଛି ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସାମଲ ପ୍ରକାଶ କରିବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହି ଅବସରରେ ସ୍କୁଲର ଏପିଏଲ ବର୍ଗର ଛାତ୍ରମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା। ଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଜୟ କୁମାର ସାହୁଙ୍କୁ ସ୍କୁଲର ଉନ୍ନୟନ କାମରେ ତାଙ୍କର ନିରବଚ୍ଛିନ୍ନ ସାହାଯ୍ୟ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories