www.samajalive.in
Saturday, December 6, 2025
15.1 C
Bhubaneswar

ଟ୍ରକ ଚାଳକଙ୍କ ଠାରୁ ଡକାୟତି : ୬ ଆନ୍ତଃରାଜ୍ୟ ଡକାୟତଙ୍କୁ କୋର୍ଟଚାଲାଣ

ଲାଞ୍ଜିଗଡ଼ : ଜଣେ ଟ୍ରକ ଡ୍ରାଇଭରକୁ ଅଟକାଇ ଡକାୟତି କରିବା ଅଭିଯୋଗରେ ବିଶ୍ବନାଥପୁର ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାନୁସାରେ, ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ସାହୁଢାବା ପାଖରେ ରବିବାର ବିଳମ୍ବିତ ରାତିରେ ଏକ ଲାଇନ୍ ଟ୍ରକକୁ ଅଟକାଇ ଡ୍ରାଇଭରଠାରୁ ଲୁଟ୍ କରିବା ପରେ ରାୟଗଡ଼ା ପଟେ ପଳାଉ ଥିବାବେଳେ ବିଶ୍ବନାଥପୁର ପୁଲିସର ପାଟ୍ରୋଲିଂ ଟିମ୍ ଡକାୟତ ଦଳକୁ ଗୋଡ଼ାଇ କାବୁ କରିଥିଲେ । ଏଥିରେ ସାମିଲ ଥିବା ରାୟଗଡ଼ା ଜିଲ୍ଲା ରାୟଗଡ଼ା ସହର ସାଇପ୍ରିୟା ନଗରର ଦୀନବନ୍ଧୁ ନାଏକ, ଜେକେପୁର ଚାନ୍ଦିଲି ବିଶିରୋଡ଼ର ପରମାନନ୍ଦ ବେତ୍ରିଆ, ଦେଓପୁରର ମହେନ୍ଦ୍ର କନ୍ଧପାଣି, ଅମଲାଭଟା ଛକର ତରୁଣ କନ୍ଧପାଣି, ବିଷମକଟକ ଚାଟିକନାର ସଜିତ କରକରିଆ, ସାନସାହିର ଜଗଦୀଶ ହିଆଁଲ ପ୍ରମୁଖଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ଏନେଇ ବିଶ୍ବନାଥପୁର ଥାନାରେ କେସ୍ ନଂ ୬୯/୨୩ ଆଇପିସି ୩୯୫ରେ ଏକ ମାମଲା ରୁଜୁ କରି ଥାନାଧିକାରୀ ମମତା ହେମ୍ବ୍ରମ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories