ଲାଞ୍ଜିଗଡ଼:ଲାଞ୍ଜିଗଡ ବ୍ଲକ ଏକ ଆଦିବାସି ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏହି ଅଞ୍ଚଳରେ ଅନେକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଅନେକ ଦୁର୍ଘଟଣାର ସମ୍ମୁଖିନ ହୋଇଛନ୍ତି ଓ ଗୋଡ ହାତ ହରାଇ ପଙ୍ଗୁ ହୋଇ ଘରେ ବସିଛନ୍ତି। କିଛି ଯୁବକ ଯୁବତି ଜନ୍ମରୁ ବିକଳାଙ୍ଗ ହୋଇ ଘରେ ରହିଛନ୍ତି। ସେମାନେ ବାହାରକୁ କୁଆଡେ ମଧ୍ୟ ଯାଇ ପାରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ବ୍ଲକ ଅଗ୍ରଣି ସ୍ୱେଚ୍ଛାସେବି ସଂସ୍ଥା ଦାପ୍ତା ଭିନ୍ନକ୍ଷମ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିଲା। ବ୍ଲକର ବିଭିନ୍ନ ପଞ୍ଚାୟତରୁ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଟ୍ରାଇସାଇକଲ ଓ ହୁଇଲଚେୟାର ଦେବାର ବ୍ୟବସ୍ଥା କରିଥିଲା। ଏଥିପାଇଁ ଲାଞ୍ଜିଗଡ ବ୍ଲକ ପରିସରରେ ଏକ କାର୍ଯ୍ୟକ୍ରମ ହୋଇଥିଲା। ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ୱାବଧାନରେ ଏହି ର୍କ୍ୟାକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟସଭା ସାଂସଦ ସୁଜିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ଯୁବକ ଯୁବତିଙ୍କୁ ଟ୍ରାଇସାଇକଲ ଓ ହୁଇଲଚେୟାର ବଣ୍ଟନ କରିଥିଲେ। ସ୍ୱେଚ୍ଛାସେବି ସଂସ୍ଥା ଦାପ୍ତାର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଅଞ୍ଚଳବାସି। ଆଗାମି ଦିନରେ ଅଞ୍ଚଳରେ ଯେତେ ବି ଭିନ୍ନକ୍ଷମ ଅଛନ୍ତି ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ରାଜ୍ୟସଭା ସାଂସଦ ପ୍ରକାଶ କରିଥିବା ବେଳେ ବ୍ଲକ ଅଞ୍ଚଳରେ ଆହୁରି ଯେତେ ବି ଅଛନ୍ତି ଭିନ୍ନକ୍ଷମ ସେମାନଙ୍କୁ ବିଭିନ୍ନ ପ୍ରକାର ଉପକରଣ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ପ୍ରକାଶ କରିଛନ୍ତି।
ଲାଞ୍ଜିଗଡ ବ୍ଲକର କାନକୁଟ୍ରୁ, ଲାଖବାହାଲି, କୁମଖାଲ, ବେଡାଗାଁ, ବନ୍ଧପାରୀ ଆଦି ପଞ୍ଚାୟତରୁ ୧୭ଜଣ ଭିନ୍ନକ୍ଷମଙ୍କୁ ଏହି ଉପକରଣ ବଣ୍ଟନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇ.ଫକୀର ମୋହନ ମାଝୀ,ଏବିଡିଓ ବିଭୁତି ଭୁଷଣ ଶତପଥି,ଲାଞ୍ଜିଗଡ ବ୍ଲକ ବିଜେଡି ବ୍ଲକ ସଭାପତି ଗୋବିନ୍ଦ ପ୍ରଧାନୀ,ବ୍ଲକ ଉପାଧ୍ୟକ୍ଷା ତୁଳସି ନାଏକ,ବିଧାୟକ ପ୍ରତିନିଧି ପ୍ରଦିପ ଘଡେଇ,ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦିଶ ବେନିଆ,ଦାପ୍ତା ସଂସ୍ଥାରୁ ଦିପେନ ଶର୍ମା ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ସଂସ୍ଥା ସମ୍ପାଦକ ରାଜେଶ ଶର୍ମା ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।


