www.samajalive.in
Saturday, December 6, 2025
15.1 C
Bhubaneswar

କ୍ଷୁଦ୍ର କୃଷି ଯନ୍ତ୍ରପାତିର ପ୍ରସାର ଏବଂ ତାଲିମ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କମର୍ଦ୍ଧାଠାରେ ଆଇଟିସି ମିଶନ ସୁନେହେରା କଲ୍ ପ୍ରକଳ୍ପ ଆନୁକୂଲ୍ୟରେ ମାନବ ଅଧିକାର ସେବା ସମିତି ଓ ମିଶନ ଜୀବିକା, ଆଇଟିଡିଏ ତତଫରୁ କମର୍ଦ୍ଧା ଓ ପିପଲ୍ ପଡାର ଚାଷୀ ଭାଇଭଉଣୀ ମାନଙ୍କୁ ନେଇ ହସ୍ତ ଚାଳିତ କୃଷି ଯନ୍ତ୍ରପାତିର ପ୍ରଚାର ଏବଂ ବ୍ୟବହାର ନିମନ୍ତେ ଏକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିହନ ଲଗାଇବା, ଘାସ ଦମନ କରିବା, ହୁଡ଼ା କରିବା ଆଦି ଚାଷ କାର୍ଯ୍ୟରେ ଛୋଟ କୃଷି ଯନ୍ତ୍ରପାତିର ବ୍ୟବହାରକୁ ଜନାଦୃତ କରି ସ୍ୱଳ୍ପ ଖର୍ଚ୍ଚ ଏବଂ ସ୍ୱଳ୍ପ ପରିଶ୍ରମରେ କିପରି ଚାଷକାର୍ଯ୍ୟ ସମ୍ପାଦନ କରିହେବ ସେ ନେଇ ତାଲିମ୍ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅନନ୍ତ ପଣ୍ଡା ଓ କମର୍ଦ୍ଧା ଗ୍ରା.ପ ଫେଡେରେସନ୍ ସଭାନେତ୍ରୀ ଗୋମତୀ ସାହୁ ଯୋଗ ଦେଇଥିବା ବେଳେ, କୁବେର ବୁଡେକ୍, ଭୋଲାମଣି ବାଗ, ଉମାକାନ୍ତ କଟା, ପ୍ରହଲ୍ଲାଦ ନାଏକ, ଭାରତୀ ବୁଧିଆ ଆଦି କାର୍ଯ୍ୟକ୍ରମ ସମ୍ପାଦନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories