www.samajalive.in
Saturday, December 6, 2025
15.1 C
Bhubaneswar

ଏମଆରପିରୁ ଅଧିକ ଦରରେ ଦୋକନୀ ବିକ୍ରି କରୁଛି ଜିନିଷ? ଏଠାରେ କରନ୍ତୁ ଅଭିଯୋଗ, ତୁରନ୍ତ ହେବ କାର୍ଯ୍ୟାନୁଷ୍ଠାନ

ଡେସ୍କ: କୌଣସି ସାମଗ୍ରୀ ଓ ସେବା ବିକ୍ରୟ ପାଇଁ ସରକାର ସର୍ବାଧିକ ଖୁଚୁରା ଦର(Maximum Retail Price) ଧାର୍ଯ୍ୟ କରିଛନ୍ତି। କିନ୍ତୁ ଅନେକ ସମୟରେ ଦୋକାନୀମାନେ କୌଣସି ସାମଗ୍ରୀକୁ ଏହାର ଏମଆରପିଠାରୁ ଅଧିକ ମୂଲ୍ୟରେ ବିକ୍ରି କରନ୍ତି। ଏଭଳି ଅନେକ ଅଭିଯୋଗ ପ୍ରାୟତଃ ନିୟମିତ ଆସିଥାଏ। ପ୍ରାୟତଃ ରେଳ ଷ୍ଟେସନ କିିମ୍ବା କୌଣସି ଢାବାରେ ସାମଗ୍ରୀକୁ ଏମଆରପିଠାରୁ ଅଧିକ ଦରରେ ବିକ୍ରି କରାଯାଇଥାଏ। ଯଦି ଆପଣଙ୍କୁ ମଧ୍ୟ କେହି ଦୋକାନୀ କୌଣସି ବସ୍ତୁକୁ ତା’ର ଏମଆରପିଠାରୁ ଅଧିକ ଦାମ୍‌ରେ ବିକ୍ରି କରୁଛି, ତେବେ ଏ ଖବର ଖାସ୍‌ ଆପଣଙ୍କ ପାଇଁ। ଯଦି କୌଣସି ଜିନିଷ କିମ୍ବା ସେବା ଏମଆରପିଠାରୁ ଅଧିକ ମୂଲ୍ୟରେ ବିକ୍ରି ହୁଏ, ତେବେ ଆପଣ ସେହି ଦୋକାନୀଙ୍କ ବିରୋଧରେ ଅଭିଯୋଗ କରିପାରିବେ। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଗ୍ରାହକ ଅଧିକାରର ସୁରକ୍ଷା ପାଇଁ ଅନେକ ନିୟମ ବ୍ୟବସ୍ଥା କରିଛନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ-

ଯଦି ଜଣେ ଦୋକାନୀ ଏମଆରପିଠାରୁ ଅଧିକ ମୂଲ୍ୟରେ ଦ୍ରବ୍ୟ କିମ୍ବା ସେବା ବିକ୍ରୟ କରୁଥିବା ଦେଖାଯାଏ, ଏଭଳି ପରିସ୍ଥିତିରେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଏପରି କରିବା ଦ୍ୱାରା ଦୋକାନୀଙ୍କୁ ଜରିମାନା ସହିତ ଦଣ୍ଡ ମଧ୍ୟ ଦିଆ ଯାଇପାରିବ। ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଏମଆରପିଠାରୁ ଅଧିକ ମୂଲ୍ୟରେ ଦ୍ରବ୍ୟ ଏବଂ ସେବା ବିକ୍ରୟ କରିବାର ସର୍ବାଧିକ ଅଭିଯୋଗ ରହିଛି। ଏହା ବ୍ୟତୀତ ଦିଲ୍ଲୀ, ପଞ୍ଜାବ, ବିହାର, ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଓଡ଼ିଶା ଆଦି ରାଜ୍ୟରୁ ମଧ୍ୟ ଏଭଳି ଅନେକ ମାମଲା ସାମ୍ନାକୁ ଆସୁଛି।

- Advertisement -

ଯଦି ଭବିଷ୍ୟତରେ କୌଣସି ଦୋକାନୀ ଆପଣଙ୍କୁ ଏମଆରପିଠାରୁ ଅଧିକ ଦରରେ ଜିନିଷ ବିକ୍ରି କରେ, ଏଭଳି ସ୍ଥିତିରେ ଆପଣ ତାଙ୍କ ବିରୋଧରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପାଇଁ ଆପଣଙ୍କୁ ଜାତୀୟ ଗ୍ରାହକ ହେଲ୍ପଲାଇନ ନମ୍ବର ୧୮୦୦-୧୧-୪୦୦୦କୁ କଲ୍ କରିବାକୁ ପଡିବ। ଏଠାରେ ଆପଣ ଏମଆରପିଠାରୁ ଅଧିକ ଦରରେ ଜିନିଷ ବିକ୍ରି କରୁଥିବା ଦୋକାନୀଙ୍କ ନାଁରେ ଅଭିଯୋଗ ଦାଖଲ କରିପାରିବେ। ଏହା ବ୍ୟତୀତ Consumerhelpline.gov.inର ମଧ୍ୟ ସହାୟତା ନେଇପାରିବେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories