www.samajalive.in
Saturday, December 6, 2025
23.1 C
Bhubaneswar

ପୁଣି ନିରାଶ ଲାଞ୍ଜିଗଡ଼ବାସୀ, ଆଇଟିଆଇ ସ୍ଥାପନ ପାଇଁ ମିଳିଲାନି ସବୁଜ ସଙ୍କେତ

ଲାଞ୍ଜିଗଡ଼: ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଓ ଧର୍ମଗଡ଼ଠାରେ ଆଇଟିଆଇ ସ୍ଥାପନ ପାଇଁ ଘୋଷଣା କରାଯାଇଛି। ତେବେ ଦୀର୍ଘ ଦିନ ହେଲା ଶିଳ୍ପାଞ୍ଚଳ ଲାଞ୍ଜିଗଡ଼ଠାରେ ଆଇଟିଆଇ ସ୍ଥାପନ ପାଇଁ ଦାବି ହୋଇ ଆସୁଥିବା ବେଳେ ତାଲିକାରୁ ଲାଞ୍ଜିଗଡ଼ ବାଦ୍ ପଡ଼ିଛି। ଏପରିକି ସରକାରଙ୍କ ଘୋଷଣା ପରେ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳବାସୀ ନିରାଶ ହୋଇପଡ଼ିଛନ୍ତି।

ସୂଚନାନୁଯାୟୀ, କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ଠାରେ ଜିଲ୍ଲାର ଏକମାତ୍ର ବୃହତ୍ତ ଶିଳ୍ପ ସଂସ୍ଥା ବେଦାନ୍ତ ଲିମିଟେଡ ସ୍ଥାପିତ ହୋଇଛି। ଏଠାରେ ଅଧିକାଂଶ ଟେକ୍ନିକାଲ ପଦବୀର ଆବଶ୍ୟକତା ଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଟେକ୍ନିକାଲ ଶିକ୍ଷା ପାଇଁ ଏକ ଆଇଟିଆଇ କିମ୍ବା ପଲିଟେକ୍ନିକର ଆବଶ୍ୟକତା ରହିଛି। ଯଦ୍ବାରା ଲାଞ୍ଜିଗଡ଼ ଅଞ୍ଚଳର ଛାତ୍ରଛାତ୍ରୀମାନେ ଆଇଟିଆଇ କିମ୍ବା ପଲି ଟେକ୍ନିକରେ ପାଠ ପଢ଼ି ସ୍ଥାନୀୟ ଶିଳ୍ପ ସଂସ୍ଥାରେ ନିଯୁକ୍ତି ପାଇପାରନ୍ତେ। ଏହାକୁ ନେଇ ଅଞ୍ଚଳବାସୀ ଦୀର୍ଘ ଦିନ ହେଲା ଦାବି କରିଆସୁଛନ୍ତି। ତେବେ ରାଜ୍ୟ ସରକାର ଜିଲ୍ଲାର ଜୁନାଗଡ଼ ଓ ଧର୍ମଗଡ଼ଠାରେ ଆଇଟିଆଇ ସ୍ଥାପନ ପାଇଁ ଘୋଷଣା କରିଥିବା ବେଳେ ସବୁଠାରୁ ଅଧିକ ଦାବିଦାର ଥିବା ଲାଞ୍ଜିଗଡ଼ ବ୍ଲକକୁ ଭୁଲିଯାଇଛନ୍ତି। ଏଇଭଳି ସରକାରୀ ଉଦାସୀନତା ଯୋଗୁଁ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ଯୁବକ ଯୁବତୀମାନେ ବେକାର ରହିବାକୁ, କାମ ମିଳୁନଥିବାରୁ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ଏଣୁ ରାଜ୍ୟ ସରକାର ନିଜ ନିଷ୍ପତ୍ତିର ପୁନଃବିଚାର କରିବା ସହିତ ଜୁନାଗଡ଼, ଧର୍ମଗଡ଼ ଭଳି ଲାଞ୍ଜିଗଡ଼ରେ ମଧ୍ୟ ଆଇଟିଆଇ ସ୍ଥାପନ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଦାବି ହୋଇଛି। ଲାଞ୍ଜିଗଡ଼ଠାରେ ଆଇଟିଆଇ ସ୍ଥାପନ ନେଇ ଦୀର୍ଘ ଦିନ ହେଲା ଲଢ଼େଇ ଜାରି ରଖିଥିବା ଯୁବ ସମାଜସେବୀ ସୁଶୀଲ କୁମାର ବାଗ ସରକାରଙ୍କ ନିଷ୍ପତ୍ତି ଆମକୁ ନିରାଶ କରିଛି ସତ କିନ୍ତୁ ଆମେ ଆଶା ହରାଇନୁ ବୋଲି କହିବା ସହିତ ଏ ସଂପର୍କରେ ସେ ରାଜ୍ୟ ସରକାରଙ୍କୁ ଟ୍ବିଟ୍ ଯୋଗେ ଦୃଷ୍ଟି ଆକର୍ଷଣ କରିଥିବା ପ୍ରକାଶ କରିଛନ୍ତି। ଯୁବନେତା ଚାଞ୍ଚେର ମାଝୀ, ପ୍ରଦୀପ ମାଝୀ, ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା ପ୍ରମୁଖ ଲାଞ୍ଜିଗଡ଼ ଅଞ୍ଚଳରେ ଆଇଟିଆଇ ସ୍ଥାପନ ପାଇଁ ଆଗାମୀ ଦିନରେ ଦାବି ତୀବ୍ର କରାଯିବ ବୋଲି କହିଛନ୍ତି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories