www.samajalive.in
Saturday, December 6, 2025
26.1 C
Bhubaneswar

କବାଟ ତାଡ଼ି ଦୁଇଶହରୁ ଊର୍ଦ୍ଧ୍ବ ମୋବାଇଲ ଚୋରି

ପାତ୍ରପୁର: ପାତ୍ରପୁର ତଳ ବସଷ୍ଟାଣ୍ଡରେ ଥିବା ଶୁଭମ ଷ୍ଟୋରରୁ ସୋମବାର ରାତିରେ ଦୋକାନ କବାଟ ତାଡ଼ି ଦୁଇଶହରୁ ଊର୍ଦ୍ଧ୍ବ ମୋବାଇଲ ଚୋରି ହୋଇଥିବା ପୁଲିସରେ ଅଭିଯୋଗ ହୋଇଛି। ଗତକାଲି ରାତିରେ ଦୋକାନ ବନ୍ଦ କରି ମାଲିକ ଯାଇଥିବା ବେଳେ ମଙ୍ଗଳବାର ସକାଳେ ଦୋକାନ ଖୋଲିବା ବେଳେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଦୋକାନ ମାଲିକ ହର୍ଷ ପାଣିଗ୍ରାହୀ ଚୋରୀ ସମ୍ପର୍କରେ ଜରଡା ଥାନାରେ ଏତଲା ଦେଇଥିଲେ। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅପରାହ୍ନରେ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଚଳାଇଛି। ଚୋରମାନେ ଦୋକାନ ପଛପଟେ ଗ୍ରୀଲ ସହିତ ତିନୋଟି କବାଟ ଭାଙ୍ଗି ଜିନିଷ ଚୋରି କରି ନେଇଥିବା ବେଳେ ନିକଟ ମୁଣ୍ଡାକେରି ମନ୍ଦିର ନିକଟରେ ମୋବାଇଲ ଖୋଳ, ଚାର୍ଜର ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଏପରିକି କବାଟ ଭାଙ୍ଗିବା ପାଇଁ ବ୍ୟବହୃତ ସରଞ୍ଜାମ ଦୋକାନ ମଧ୍ୟରେ ଛାଡି ଚାଲି ଯାଇଛନ୍ତି। ଦୋକାନରୁ ତିରିଶି ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ମୋବାଇଲ ଚୋରି ହୋଇଥିବା ମାଲିକ ପ୍ରକାଶ କରିଛନ୍ତି। ତେବେ ମୁଖ୍ୟ ରାସ୍ତାରେ ଥିବା ଦୋକାନରୁ ଏତେ ପରିମାଣରେ ମୋବାଇଲ ଚୋରି ଘଟଣାରେ ସମ୍ପୃକ୍ତ ଚୋରଙ୍କୁ ଧରିବାକୁ ଦାବୀ ହେଉଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories