www.samajalive.in
Sunday, December 7, 2025
18.1 C
Bhubaneswar

ଲାଞ୍ଜିଗଡ ବିଡ଼ିଓଙ୍କ ବଦଳି ବାତିଲ ଦାବି : ଜିଲ୍ଲାପାଳଙ୍କୁ ଭେଟିଲେ ସମିତିସଭ୍ୟ ଓ ସରପଞ୍ଚ ସଙ୍ଘର କର୍ମକର୍ତ୍ତା

ଲାଞ୍ଜିଗଡ: କାର୍ଯ୍ୟରେ ଯୋଗଦେବାର ଦୁଇମାସ ନପୂରୁଣୁ ବଦଳି ନିର୍ଦ୍ଦେଶ। ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ପ୍ରଶାସନିକ ଅଧିକାରୀମାନେ ସୁରଖୁରୁ ଭାବେ ନିର୍ବାଚନ ପରିଚାଳନା କରିବାକୁ ଦିନରାତି ଏକ କରି ପରିଶ୍ରମ କରୁଛନ୍ତି। ଏପରିକି ପର୍ଯ୍ୟାୟ କ୍ରମେ ନିର୍ବାଚନ ଅଧିକାରୀମାନଙ୍କ ପ୍ରସ୍ତୁତି ଓ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ବିଶେଷ କରି ବିଡିଓ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଉପରେ ଗୁରୁଦାୟିତ୍ୱ ରହିଛି । ତେବେ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ରାଜ୍ୟର ୧୧୧ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି। ଏହି ପରିସ୍ଥିତିରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭଳି ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ବ୍ଲକରେ ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ଶଶାଙ୍କ ପାତ୍ରଙ୍କ ହଠାତ ବଦଳି ନିର୍ଦ୍ଦେଶ ବାହାରିବାରୁ ପ୍ରଶାସନିକ ସ୍ତରରେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ମାସ ପୂର୍ବରୁ ଲାଞ୍ଜିଗଡ ବ୍ଲକରେ ବିଡ଼ିଓ ଭାବେ ଯୋଗ ଦେଇଥିବାବେଳେ ଠିକ ଭାବରେ ବ୍ଲକର ପ୍ରଶାସନିକ ଦାୟିତ୍ୱ ସମ୍ଭାଳିବା ଆଗରୁ ତାଙ୍କୁ ବଦଳି ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିବାରୁ ବ୍ଲକ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଛି। ଏହାକୁ ନେଇ ବ୍ଲକର ସରପଞ୍ଚ ଓ ସମିତି ସଭ୍ୟ ସଙ୍ଘ ତରଫରୁ ରବିବାର କଳାହାଣ୍ଡି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଂଜୀବ କୁମାର ନାୟକ, ପାହାଡପଦର ସମିତି ସଭ୍ୟ ଜଗଦୀଶ ବେନିଆ, କାନକୁଟରୁ ସମିତି ସଭ୍ୟ ମନୋହର ହରପାଲ, ସରପଞ୍ଚ ବନମାଳୀ ମାଝୀ, ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା, ଲାଞ୍ଜିଗଡରୋଡ଼ ସରପଞ୍ଚ ମମତା ଶବର, ଛତ୍ରପୁର ସରପଞ୍ଚ ସୁଷମା ମାଝୀଙ୍କ ସମେତ ପଚାଶରୁ ଉର୍ଦ୍ଧ୍ୱ ଜନ ପ୍ରତିନିଧି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦେବା ସହିତ ବିଡିଓ ଶ୍ରୀ ପାତ୍ରଙ୍କ ବଦଳି ବାତିଲ କରିବାକୁ ନିବେଦନ କରିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories