www.samajalive.in
Monday, December 15, 2025
17.1 C
Bhubaneswar

ମୁକ ବଧିର ଝିଅ ନିଖୋଜ; ଲାଞ୍ଜିଗଡ ଥାନାରେ ଏତଲା

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଭାଟଗୁଡା ଗାଁର ବନମାଳୀ ସାହୁଙ୍କ ଝିଅ ସନ୍ଧ୍ୟା ରାଣୀ ସାହୁ ନିଖୋଜ ଥିବା ନେଇ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତ ଗୁରବାର ଦିନ ୧୧ଟାରେ ଘରେ ସମସ୍ତେ ଲକ୍ଷ୍ମୀ ପୂଜା କରୁଥିଲେ ଓ ସନ୍ଧ୍ୟା ରାଣୀ ଘରେ ଥିବା ପିଣ୍ଡାରେ ସିଲେଇ କରୁଥିଲା । ପରିବାର ଲୋକେ ସମସ୍ତେ ପୂଜା ପାଠରେ ଥିବାବେଳେ ସେ କୁଆଡେ ଚାଲି ଯାଇଥିଲା । ଘର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ ନ ମିଳିବାରୁ ଲାଞ୍ଜିଗଡ ଥାନାରେ ଏକ ନିଖୋଜ ଥିବା ଅଭିଯୋଗ କରିଥିଲେ। ହେଲେ ସନ୍ଧ୍ୟା କାହା ସହିତ ଯାଇଛି, ସେ କେଉଁଠି ଅଛି ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସନ୍ଧ୍ୟା ଶୁଣି ପାରେ ନାହିଁ କି କଥା ମଧ୍ୟ କହି ପାରେ ନାହିଁ ।ଏହାକୁ ନେଇ ଲାଞ୍ଜିଗଡ ପୁଲିସ ଏକ ମାମାଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories