www.samajalive.in
Sunday, December 7, 2025
26.1 C
Bhubaneswar

ଲାଞ୍ଜିଗଡ଼ ବ୍ଲକରେ ବସୁଧା ଯୋଜନା ବାଟବଣା ଅଭିଯୋଗ

ଲାଞ୍ଜିଗଡ: ରାଜ୍ୟ ସରକାର ପ୍ରତି ଘରକୁ ପାଇପ୍ ଯୋଗେ ପାଣି ଯୋଗାଇ ଦେବାକୁ ସଂକଳ୍ପ ନେଇଥିବାବେଳେ ସହରାଞ୍ଚଳରେ ଏଥିରେ ସଫଳତା ଯୋଗୁଁ ସ୍ପେନର ମାଦ୍ରିଦଠାରେ ଅନୁଷ୍ଠିତ ବିଶ୍ବ ଜଳ ଅଧିବେଶନରେ ଓଡ଼ିଶାକୁ ଗ୍ଲୋବାଲ୍ ୱାଟର ଲିଡର ଆୱାର୍ଡ ପୁରସ୍କାର ମିଳିଛି । ତେବେ ୨୪ ଘଣ୍ଟିଆ ପାଇପ୍ ଯୋଗେ ପିଇବା ପାଣି ଯୋଗାଇଦେବା ପାଇଁ ରାଜ୍ୟ ସରକାର ବିଶ୍ବସ୍ତରୀୟ ପୁରସ୍କାର ହାସଲ କରୁଥିବା ବେଳେ ରାଜ୍ୟର କଳାହାଣ୍ଡି ବିଶେଷ କରି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ସରକାରଙ୍କ ଏଇସବୁ ଯୋଜନା ଫସର ଫାଟିବାରେ ଲାଗିଛି ।

ବ୍ଲକରେ ବସୁଧା ଯୋଜନାରେ କାର୍ଯ୍ୟକ୍ଷମ ହେଉଥିବା ଅଧିକାଂଶ ଓଭରହେଡ ଟ୍ୟାଙ୍କରେ ନିର୍ମାଣାଧୀନ ତ୍ରୁଟି, ନିମ୍ନମାନର କାମ ଯୋଗୁଁ ଜଳ ସଂରକ୍ଷଣ ହୋଇପାରୁନଥିବା ବେଳେ ନିମ୍ନମାନର ପାଇପ ବିଛାଯାଇଥିବାରୁ ଶେଷମୁଣ୍ଡରେ ପାଣି ପହଞ୍ଚି ପାରୁନାହିଁ । ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏସବୁ ପ୍ରକଳ୍ପ ଏବେ ଲୋକଙ୍କ କାମରେ ଲାଗୁନାହିଁ କହିଲେ ଚଳେ ।

- Advertisement -

ବ୍ଲକର ଦଶରୁ ଅଧିକ ସ୍ଥାନରେ ବସୁଧା ଯୋଜନା ଦ୍ବାରା ପାନୀୟ ଜଳ ଯୋଗାଣ ପାଇଁ ନଳକୂଅ ଖୋଳା ସରିଥିବାବେଳେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ତିନିମାସ ବିତିଗଲାଣି କିନ୍ତୁ ଟେଣ୍ଡର ପାଇଥିବା ଠିକାଦାରମାନେ କାମ ଆରମ୍ଭ କରୁନାହାନ୍ତି । ଏଣୁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଏଥିପ୍ରତି ଦ୍ରୁଷ୍ଟି ଦେଇ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ନିମ୍ନମାନର ବସୁଧା ପ୍ରକଳ୍ପଗୁଡ଼ିକର ଉଚ୍ଚସ୍ତରୀୟ ତଦନ୍ତ ସହିତ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସାଧାରଣରେ ଦାବି ହେଉଛି ।

 

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories