www.samajalive.in
Monday, December 8, 2025
24.1 C
Bhubaneswar

ଢେପଗୁଡା ବିଟ ବେଡାଲଖମନ ଜଙ୍ଗଲରେ ଜଙ୍ଗଲି ହାତୀର ମୃତ୍ୟୁ, ବନ ବିଭାଗର ଛାନଭିନ ଆରମ୍ଭ

ଲାଞ୍ଜିଗଡ:କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ ବ୍ଳକ ପୋଖରୀ ବନ୍ଦ ପଞ୍ଚାୟତ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ଢେପଗୁଡା ବିଟର ମୁକୁନ୍ଦପୁର ଗାଁ ନିକଟରେ ଥିବା ବେଡାଲଖମନ ଜଙ୍ଗଲ ଠାରେ ଏକ ଜଙ୍ଗଲି ହାତୀର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି। କିଛି ମାସ ହେଲା ଜଙ୍ଗଲି ହାତୀପଲ ବ୍ଲକର ବିଭିନ୍ନ ଅଞ୍ଚଳରେ ବହୁ ଫସଲ ନଷ୍ଟ କରିବା ସହ ଘର ଦ୍ୱାର ମଧ୍ୟ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା।ଏହି ପରିପ୍ରେକ୍ଷୀରେ ହାତୀର ଗତିବିଧିକୁ ଲକ୍ଷ୍ୟ କରି ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ୫ଟି ଏଲିଫେଣ୍ଟ ସ୍କାର୍ଡ, ୫ଟି ୱାଲଡ଼ ଲାଇଫ ସ୍କାର୍ଡ ଓ ୪ ଗୋଟି ସେକ୍ସନ ଜଙ୍ଗଲ ବିଭାଗର କର୍ମଚାରୀ ମାନେ ଦିନ ରାତି ହାତୀର ଗତି ବିଧିକୁ ଅନୁଧ୍ୟାନ କରୁଥିବା ବେଳେ ହଠାତ ଏକ ଜଙ୍ଗଲି ହାତୀ ଢେପଗୁଡା ବିଟର ବେଡାଲଖମନ ଜଙ୍ଗଲରେ ମୃତଦେହ ପଡଥିବା ଦେଖିବାକୁ ମିଳିଛି।ଖବର ପାଇ ବିଶ୍ୱନାଥପୁର ବନ ବିଭାଗ ପକ୍ଷରୁ ଘଟଣା ସ୍ଥଳେ ଯାଇ ତଦନ୍ତ କରିଥିବା ଜଣା ପଡ଼ିଛି। କେଉଁ କାରଣରୁ ହାତୀର ମୃତ୍ୟୁ ଘଟିଛି।ହାତୀର ମୃତ୍ୟୁ ସ୍ଥଳକୁ ଡିଏଫଓ ଲେଡେ ଗଜାନନ ଓ ଏସିଏଫ ଅନୀଲ ରାଏ ପହଞ୍ଚି ତଦନ୍ତ କରିଛନ୍ତି ।

 

- Advertisement -

ଭବାନୀପାଟଣା ଓ ବିଶ୍ୱନାଥପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଶବ ବ୍ୟବଚ୍ଛେଦ କରିବା ପରେ ମୃତ ମାଇଁ ହାତୀକୁ ପୋତି ଦିଆ ଯାଇଛି ।କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୭ ଗୋଟି ହାତୀ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଏକ ହାତୀର ମୃତ୍ୟୁ ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ହାତୀ କେମିତି ମଲା ? ତାହାର ସ୍ୱାସ୍ଥ୍ୟବସ୍ଥା କିପରି ଥିଲା ?ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ଡିଏଫଓ କହିଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories