ନୂଆଦିଲ୍ଲୀ : ଆଇଅ।ର୍ସିଟିସି ଦୁର୍ନୀତି ସଂକ୍ରାନ୍ତ ୨ଟି ମାମଲାରେ ଦିଲ୍ଲୀର ଏକ ଅଦାଲତ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଆଦକୁ ଆସନ୍ତା ୨୮ ତାରିଖ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଅରୁଣ ଭରଦ୍ୱାଜ ଶ୍ରୀ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀ ଓ ପୁତ୍ର ତେଜସ୍ୱୀ ଯାଦବଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଆଦକୁ ମଧ୍ୟ ୨୮ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆଇଅ।।ର୍ସିଟିସି ଦୁର୍ନୀତି ମାମଲା, ସିବିଆଇ ଓ ଇଡି ଦ୍ୱାରା ଦାଏର ହୋଇଥିଲା। ଏକ ବେସରକାରୀ ଫାର୍ମକୁ ଆଇଅ।।ର୍ସିଟିସିର ଦୁଇଟି ହୋଟେଲର ପରିଚାଳନା ଭାର ପ୍ରଦାନରେ ଅନିୟମିତତା ସଂକ୍ରାନ୍ତରେ ସେହି ମାମଲାଗୁଡ଼ିକ ରୁଜ୍ଜୁ ହୋଇଥିଲା।
Popular Categories



