www.samajalive.in
Monday, December 8, 2025
20.1 C
Bhubaneswar

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣା; ନବଜାତକୁ ହତ୍ୟା ଅଭିଯୋଗ ଆଣିଲେ ପୀଡିତାଙ୍କ ବାପା

କନ୍ଧମାଳ: ସେବାଶ୍ରମ ହଷ୍ଟେଲରେ ନାବାଳିକା ଛାତ୍ରୀଙ୍କ ପ୍ରସବ ଘଟଣା ଏବେ ନୂଆ ମୋଡ ନେଇଛି । ନବଜାତ ଶିଶୁକନ୍ୟାକୁ ମେଡିକାଲରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହଷ୍ଟେଲରେ ପ୍ରସବ ପରେ ମା ଓ ଛୁଆ ଜଙ୍ଗଲରେ ଛାଡି ଦିଆଯାଇଥିବା ପୀଡିତାଙ୍କ ବାପା ଅଭିଯୋଗ ଆଣିଛନ୍ତି । ପ୍ରବଳ ଥଣ୍ଡା ଓ ଶୀତ ଯୋଗୁଁ ଛୁଆର ମୃତ୍ୟୁ ହୋଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଏନେଇ ଦାରିଙ୍ଗବାଡି ଥାନାରେ ପୀଡିତାଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ, ୩ ଜଣ ଅଧୀକ୍ଷକ ଏବଂ ଜଣେ ଶିକ୍ଷକଙ୍କ ନାମରେ ଅଭିଯୋଗ ହୋଇଛି । ଏହା ସହ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ଜିଲାପାଳ ଏବଂ ଡିବ୍ଲ୍ୟୁଓ ଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଛି ।  ସୂଚନାଯୋଗ୍ୟ, ସେବାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ପରେ ବ୍ରହ୍ମପୁର ମେଡିକାଲରେ ଛୁଆର ମୃତ୍ୟୁ ଘଟିଥିଲା ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories