www.samajalive.in
Monday, December 15, 2025
15.1 C
Bhubaneswar

ଜେଲ୍‍କୁ ଫେରିବେ ଲାଲୁ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ପୁଣି ଜେଲ୍‍ ଯିବେ। ପାରୋଲ୍‍ ଅବଧି ଆଉ ବଢ଼ିବନି ବୋଲି ଝାଡ଼ଖଣ୍ଡ ହାଇକୋର୍ଟ କହିଥିବା ବେଳେ ଅଗଷ୍ଟ ୩୦ ତାରିଖ ସୁଦ୍ଧା ଜେଲ୍‍ ଫେରିବା ପାଇଁ ନିର୍ଦେଶ ଦେଇଛନ୍ତି।
୧୯୯୦ରେ ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହେବା ପରେ ଲାଲୁଙ୍କୁ ଜେଲ୍‍ ଦଣ୍ଡାଦେଶ ହୋଇଛି। କିନ୍ତୁ ଅସୁସ୍ଥତା କାରଣରୁ ସେ ଏବେ ପାରୋଲ୍‍ରେ ଆସି ମୁମ୍ବଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେଣୁ ପାରୋଲ୍‍ ଅବଧି ଆଉ ତିନି ମାସ ବୃଦ୍ଧି ପାଇଁ ଲାଲୁ ଆବେଦନ କରିଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ବିଚାରପତି ଅପରେଶ୍‍ କୁମାର ସିଂହ ପାରୋଲ୍‍ ଆବେଦନକୁ ଖାରଜ କରିବା ସହିତ ଅଗଷ୍ଟ ୩୦ ତାରିଖ ସୁଦ୍ଧା ସିବିଆଇ କୋର୍ଟରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ଜେଲ୍‍ ଭିତରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବିଚାରପତି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।
ଲାଲୁଙ୍କ ପକ୍ଷରୁ ମାମଲା ଲଢ଼ୁୁଥିବା ବରିଷ୍ଠ ଓକିଲ ତଥା କଂଗ୍ରେସ ନେତା ଅଭିଷେକ ମନୁ ସିଂଗଭି ପାରୋଲ୍‍ ଅବଧି ବୃଦ୍ଧି କରିବାକୁ ଆବେଦନ କରିଥିଲେ। ଏହାର ବିରୋଧ କରି ସିବିଆଇ ଓକିଲ୍‍ ରାଜୀବ ସିହ୍ନା କହିଥିଲେ ଯେ ଚିକିତ୍ସା ପାଇଁ ଲାଲୁ ୩ ମାସ ପାରୋଲ୍‍ ନେଇସାରିଛନ୍ତି। ଯଦି ଅଧିକ ଚିିକିତ୍ସା ଆବଶ୍ୟକ ହେଉଥାଏ ତେବେ ତାଙ୍କୁ ରାଞ୍ଚି ସ୍ଥିତ ରାଜେନ୍ଦ୍ର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍ସରେ ଚିକିତ୍ସା କରାଯାଇପାରିବ।
ସୂଚନାଯୋଗ୍ୟ, ପ୍ରଥମେ ମେ’ ୧୧ ତାରିଖରେ ଲାଲୁଙ୍କୁ ୬ ସପ୍ତାହ ପାଇଁ ପ୍ରୋଭିଜନାଲ୍‍ ବେଲ୍‍ ପ୍ରଦାନ କରାଯାଇଥିବା ବେଳେ ପରେ ଏହାକୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ପରବର୍ତ୍ତୀ ସମୟରେ ଅଗଷ୍ଟ ୧୦ ତାରିଖରେ ବେଲ୍‍ ଅବଧିକୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଓ ପୁଣି ଥରେ ଅଗଷ୍ଟ ୧୭ ତାରିଖରେ ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ନିର୍ଦେଶ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories