ଲାଲୁଙ୍କ ବିରୋଧରେ ମାନହାନି ମକଦ୍ଦମା

0

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ବିରୋଧରେ ଏକ ମାନହାନି ମକଦ୍ଦମା ରୁଜୁ କରାଯାଇଛି। ପାଟନାର ଏକ ଅଦାଲତ ମାମଲାର ଶୁଣାଣି କରି ଲାଲୁଙ୍କୁ ବ୍ୟକ୍ତିଗତଭାବେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଲାଲୁ ଗତବର୍ଷ ଭାଗଲପୁରରେ ଏକ ସଭାକୁ ସମ୍ବୋଧିତ କରୁଥିବାବେଳେ ନୀତୀଶଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିଲେ। ଏହାବ୍ୟତୀତ ଶ୍ରୀଜନ ଦୁର୍ନୀତିରେ ନୀତୀଶଙ୍କ ସଂପୃକ୍ତିକୁ ନେଇ ମଧ୍ୟ ଲାଲୁ ପ୍ରତିକୂଳ ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଜୁନରେ ହେବ ବୋଲି ଜଣାପଡିଛି। ଗୋଖାଦ୍ୟ ଦୁର୍ନୀତିରେ ଦୋଷୀସାବ୍ୟସ୍ତ ହୋଇଥିବା ଲାଲୁ ବର୍ତ୍ତମାନ ଜେଲ ଦଣ୍ଡାଦେଶ ଭୋଗୁଛନ୍ତି।

Leave A Reply