www.samajalive.in
Sunday, December 14, 2025
19.1 C
Bhubaneswar

ଲୁଇସ୍‌ଙ୍କ ପ୍ରହାରରେ ଲକ୍ଷ୍ନୌର ରୋମାଞ୍ଚକର ବିଜୟ

ମୁମ୍ବଇ : ଚଳିତ ଆଇପିଏଲ୍‌ର ୭ମ ମ୍ୟାଚ୍‌ରେ ବିଜୟୀ ହୋଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ। ଗୁରୁବାର ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ବିପକ୍ଷରେ ରୋମାଞ୍ଚକର ମ୍ୟାଚ୍‌ରେ ଲକ୍ଷ୍ନୌ ୬ ୱିକେଟରେ ବିଜୟୀ ହୋଇଥିଲା। ରବିନ୍ ଉଥପ୍ପା, ଶିବମ୍ ଦୁବେ ଓ ମୋଇନ୍ ଅଲୀଙ୍କ ଲଢ଼ୁଆ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ସିଏସ୍‌କେ ୭ ୱିକେଟରେ ୨୧୦ ରନ୍‌ କରିଥିଲା। ପରେ କ୍ବିଣ୍ଟନ ଡି କକ୍‌ ଓ ଏଭିନ୍‌ ଲୁଇସ୍‌ଙ୍କ ଅର୍ଦ୍ଧଶତକ ସହ ଆୟୁଷ ବାଦୋନିଙ୍କ ବିସ୍ଫୋରକ ଇନିଂସ ବଳରେ ୩ଟି ବଲ୍‌ ବାକିଥାଇ ଲକ୍ଷ୍ନୌ ବିଜୟୀ ହୋଇଥିଲା। ଗତଥରର ଚମ୍ପିଆନ୍‌ ସିଏସ୍‌କେ କ୍ରମାଗତ ୨ୟ ପରାଜୟ ଭୋଗିଥିବା ବେଳେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ଆଇପିଏଲ୍‌ ଇତିହାସରେ ତା’ର ପ୍ରଥମ ବିଜୟ ହାସଲ କରିଛି।
ବିଶାଳ ୨୧୧ ରନ୍‌ ଲକ୍ଷ୍ୟରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ଦୃଢ଼ତାର ସହ ଇନିଂସ ଆରମ୍ଭ କରିଥିଲା। ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍‌ ଅଧିନାୟକ କେ.ଏଲ୍‌. ରାହୁଲ ଓ କ୍ବିଣ୍ଟନ ଡି କକ୍‌ ଚମତ୍କାର ବ୍ୟାଟିଂ କରିଥିଲେ। ଫଳରେ ଲକ୍ଷ୍ନୌ ୬ ଓଭରର ପାୱରପ୍ଲେ ଶେଷରେ ୫୫ ରନ୍‌ କରିଥିଲା। ଅବଶ୍ୟ ସିଏସ୍‌କେର ଫିଲ୍‌ଡର ଏକାଧିକ କ୍ୟାଚ୍‌ ଛାଡ଼ିବା ଲକ୍ଷ୍ନୌକୁ ସୁହାଇଥିଲା। ଓପ୍‌ନିଂ ଯୋଡ଼ିରେ ୯୯ ରନ୍‌ ହେବା ପରେ ରାହୁଲ ୨୬ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୪୦ ରନ୍‌କରି ଆଉଟ ହୋଇଥିଲେ। ପରେ ମନୀଷ ପାଣ୍ଡେ ୫ ରନ୍‌କରି ବିଦାୟ ନେଇଥିଲେ। ଏହାପରେ ଡି କକ୍‌ ଓ ଏଭିନ୍ ଲୁଇସ୍ ୨୦ ବଲ୍‌ରୁ ୩୩ ରନ୍‌ ଯୋଡ଼ିଥିଲେ। ଅର୍ଦ୍ଧଶତକ ହାସଲ କରିଥିବା ବାମହାତି ଡି କକ୍‌ ୪୫ ବଲ୍‌ରୁ ୯ଟି ଚୌକା ସହ ୬୧ ରନ୍‌କରି ଆଉଟ ହୋଇଥିଲେ। ୪ ଓଭରରୁ ୫୫ ରନ୍ ଆବଶ୍ୟକ ଥିବା ବେଳେ ଲୁଇସ୍ ଆକ୍ରମଣ କରିଥିଲେ। ଦୀପକ ହୁଡା ୮ ବଲ୍‌ରୁ ୧୩ ରନ୍‌କରି ବିଦାୟ ନେଇଥିଲେ। ୨ ଓଭରରୁ ୩୪ ରନ୍‌ ଆବଶ୍ୟକ ଥିବା ବେଳେ ସିଏସ୍‌କେ ୧୯ଶ ଓଭରରୁ ୨୫ ରନ୍‌ ମାରି ବିଜୟ ନିଶ୍ଚିତ କରିଥିଲା। ଯୁବ ବ୍ୟାଟ୍‌ସମ୍ୟାନ୍ ଆୟୁଷ ବାଦୋନି ୯ ବଲ୍‌ରୁ ୨ଟି ଛକା ସହ ୧୯ ରନ୍‌କରି ଅପରାଜିତ ଥିଲେ। ଲୁଇସ୍‌ ୨୩ ବଲ୍‌ରୁ ୩ଟି ଛକା ଓ ୬ଟି ଚୌକା ସହ ୫୫ ରନ୍‌କରି ଅପରାଜିତ ଥିଲେ। ଡ୍ବେନ୍ ପ୍ରିଟୋରିୟସ୍ ୨ଟି ୱିକେଟ ନେଇଥିଲେ।
ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ ଚେନ୍ନଇ ସୁପର କିଙ୍ଗ୍‌ସର ଓପ୍‌ନର ଋତୁରାଜ ଗାଏକ୍‌ୱାଡ୍‌ ୧ ରନ୍‌କରି ବିଦାୟ ନେଇଥିଲେ। ତେବେ ଅଭିଜ୍ଞ ରବିନ୍ ଉଥପ୍ପା ନିୟମିତ ଷ୍ଟ୍ରୋକ୍‌ ଖେଳିଥିବା ବେଳେ ମୋଇନ୍‌ ଅଲୀ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ଫଳରେ ସିଏସ୍‌କେ ଓଭର ପିଛା ୧୦ ରନ୍‌ରୁ ଅଧିକ ହାରରେ ସ୍କୋର୍‌ କରିଥିଲା। ଉଥପ୍ପା ଆକ୍ରମଣାତ୍ମକ ବ୍ୟାଟିଂକରି ୨୭ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୫୦ ରନ୍‌କରି ଆଉଟ ହୋଇଥିଲେ। ୧୦ ଓଭରରେ ସିଏସ୍‌କେ ୧୦୬ ରନ୍‌ରେ ପହଞ୍ଚିବା ପରେ ବାମହାତି ମୋଇନ୍‌ ୨୨ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୩୫ ରନ୍‌କରି ଆଉଟ ହୋଇଥିଲେ। ଶିବମ୍ ଦୁବେ ଓ ଅମ୍ବତି ରାୟୁଡୁ ୪ର୍ଥ ୱିକେଟ ପାଇଁ ଦ୍ରୁତ ୬୦ ରନ୍‌ ଯୋଡ଼ିଥିଲେ। ରାୟୁଡୁ ୨୦ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୭ ରନ୍‌କରି ବିଦାୟ ନେଇଥିଲେ। ବାମହାତି ଶିବମ୍ ଦୁବେ ଆକ୍ରମଣାତ୍ମକ ବ୍ୟାଟିଂକରି ୩୦ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୪୯ ରନ୍‌ କରିଥିଲେ। ଅଧିନାୟକ ରବୀନ୍ଦ୍ର ଜାଡ଼େଜା ୯ ବଲ୍‌ରୁ ୩ଟି ଚୌକା ସହ ୧୭ ରନ୍‌ କରିଥିଲେ। ମହେନ୍ଦ୍ର ସିଂହ ଧୋନି ସଂକ୍ଷିପ୍ତ ବିସ୍ଫୋରକ ଇନିଂସ ଖେଳି ୬ଟି ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୬ ରନ୍‌କରି ଅପରାଜିତ ଥିଲେ। ଆଭେସ୍ ଖାଁ, ଆଣ୍ଡରୁ ଟାଇ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories