www.samajalive.in
Sunday, December 14, 2025
23.1 C
Bhubaneswar

ମହିଳା ଲୁଟେରାଙ୍କ ଆତଙ୍କ : ମୁଣ୍ଡରେ ବନ୍ଧୁକ ଲଗାଇ ୨ ଲକ୍ଷ ଲୁଟ

ଗୋପାଳପୁର :  ରାଜ୍ୟରେ ବିଭିନ୍ନ ରାହାଜାନୀ ଓ ଡକାୟତି ମାମଲାରେ ପୁରୁଷ ସମ୍ପୃକ୍ତ ରହୁଥିବା ବେଳେ ମହିଳା ଲୁଟେରା ମଧ୍ୟ ସକ୍ରିୟ ହେଉଥିବା ଅଭିଯୋଗ ହେଉଛି। ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକିଟି- ବ୍ରହ୍ମପୁରକୁ ସଂଯୋଗ କରୁଥିବା ଘଟକେଶ୍ବର ରାସ୍ତାରେ ଏକ ଟାଟା ଏସି ଗାଡିକୁ ଜଣେ ମହିଳା ଅଟକାଇବା ସହ ତାହାର ଅନ୍ୟ ସହଯୋଗୀମାନେ ଟାଟା ଏସିର ଡ୍ରାଇଭରର ମୁଣ୍ଡରେ ବନ୍ଧୁକ ଓ ଖଣ୍ଡା ଲଗାଇ ୨ ଲକ୍ଷ ୧୦ ହଜାର ଟଙ୍କା ସହ ମୋବାଇଲ ଛଡ଼ାଇ ନେଇଥିବା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ଅନୁଯାୟୀ ବ୍ରହ୍ମପୁର ପାଣି ଟାଙ୍କି ରୋଡରେ ଥିବା ଏକ ଦୋକାନରୁ ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହିର ଡ୍ରାଇଭର ବିରହ ବସନ୍ତ ଶତପଥୀ ଏକ ଟାଟା ଏସି ଗାଡି ଯୋଗେ ଲୁହା ପାଇପ ଧରି ଜୟନ୍ତୀପୁର ଯାଇ ଥିଲେ। ରାତିରେ ଘଟକେଶ୍ବର ରାସ୍ତାରେ ବ୍ରହ୍ମପୁର ଫେରୁଥିବା ବେଳେ ରାସ୍ତାରେ ଜଣେ ମହିଳା ଗାଡ଼ି ଅଟକାଇ ଥିଲେ। ଡ୍ରାଇଭର ଗାଡି ଅଟକାଇବା ପରେ ଛପି ରହିଥିବା ୬ ମୁଖା ପିନ୍ଧା ଯୁବକ ସେଠାରେ ପହଞ୍ଚି ବିରହ ବସନ୍ତଙ୍କ ମୁଣ୍ଡରେ ବନ୍ଧୁକ ସହ ଖଣ୍ଡା ଲଗାଇ ୨ ଲକ୍ଷ ୧୦ ହଜାର ଟଙ୍କା ସହ ଗୋଟିଏ ମୋବାଇଲ ଫୋନ ଛଡାଇ ନେଇ ଚାଲି ଯାଇଥିଲେ। ଘଟଣା ନେଇ ବିରହ ବସନ୍ତ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ବୁଧବାର ଅଭିଯୋଗକାରୀ ବିରହ ବସନ୍ତକୁ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।  ଗୋଳନ୍ଥରା ଥାନା ଇଲାକାରେ ନୂଆ ରୂପରେ ମହିଳା ଲୁଟେରା ଗ୍ୟାଙ୍ଗ ସକ୍ରିୟ ହେବା ଘଟଣା ପୁଲିସର ମୁଣ୍ଡ ବ୍ୟଥା ର କାରଣ ସାଜିଥିବା ଦେଖିବାକୁ ମିଳିଛି।

Hot this week

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

Related Articles

Popular Categories