ବିଷାକ୍ତ ଘାସ ଖାଇ ୭ ଛେଳିଙ୍କର ମୃତ୍ୟୁ, ଥାନାରେ ଅଭିଯୋଗ
କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇଶିଙ୍ଗା ଗ୍ରାମରେ ବୁଧବାର ବିଷାକ୍ତ ଘାସ ଖାଇ ୭ ଛେଳିଙ୍କର ମୃତ୍ୟୁ ହୋଇଥିବା ବେଳେ ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇଛି । ବାଇଶିଙ୍ଗା ଗ୍ରାମର ଧନେଶ୍ୱର ଦେହୁରୀଙ୍କ ପତ୍ନୀ ମିନତୀ ସବୁଦିନ ପରି ବୁଧବାର ଛେଳି ଚରାଇବାଜୁ ଯାଇଥିଲେ। ଗାଁ ଦାଣ୍ଡ ନିକଟରେ ଥିବା ଏକ କଇଁଆ ଗଛ ପାଖରେ ଥିବା ଘାସ ଖାଇବା ପରେ ଛେଳି ପଲ ମଧ୍ୟରୁ ୭ ଗୋଟି ଛେଳି ମରି ଯାଇଥିଲେ। କେହି ସେ ଘାସରେ ଔଷଧ ପକାଇଥିବା ମିନତୀ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ଏସଂକ୍ରାନ୍ତରେ ତଦନ୍ତ କରୁଥିବାର ଜଣାଯାଇଛି।
Comments are closed.