www.samajalive.in
Monday, December 15, 2025
17.1 C
Bhubaneswar

ଏହି ମହିଳାଙ୍କ ବିରୋଧରେ ଥିଲା ୧୩୩ ମାମଲା

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ସଙ୍ଗମ ବିହାର ଅଞ୍ଚଳରୁ ଜଣେ ୬୨ ବର୍ଷୀୟ ମହିଳାଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଏକ ସୁପାରି ହତ୍ୟା ଅଭିଯୋଗରେ ତାଙ୍କ ନାମରେ ଗିରଫ ପରୱାନା ଜାରି କରାଯାଇଥିବା ବେଳେ ସେ ୮ ମାସ ଧରି ଫେରାର ଥିଲେ।
ବାସିରାନ୍‍ ନାମକ ଏହି ମହିଳା ତାଙ୍କର ୮ ଜଣ ପୁଅଙ୍କ ସହାୟତାରେ ଅପରାଧ ଭିଆଉଥିଲେ। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଥିବା ଜଣାପଡ଼ିଛି। ମହିଳାଙ୍କ ନାମରେ ବିଭିନ୍ନ ଥାନାରେ ୧୧୩ଟି ଅପରାଧିକ ମାମଲା ରହିଛି। ହତ୍ୟା, ସୁପାରି ହତ୍ୟା, ଦାଦାବଟି ଆଦାୟ, ଅପହରଣ ଓ ମୁଣ୍ଡଜାମିନ୍‍ ରଖି ଟଙ୍କା ଆଦାୟ, ଚୋରା ମଦ ବେପାର, ଡକାୟତି ଆଦି ଘଟଣାରେ ତାଙ୍କର ସମ୍ପୃକ୍ତି ଥିଲା। କେବଳ ସଙ୍ଗମ ବିହାର ପୁଲିସ ଷ୍ଟେସନ୍‍ରେ ତାଙ୍କର ନାମରେ ୯ଟି ମାମଲା ଥିବା ଜଣାପଡ଼ିଛି।
୨୦୧୭ରେ ମିରାଜ୍‍ ନାମକ ଜଣେ ୨୧ ବର୍ଷର ଯୁବକଙ୍କୁ ହତ୍ୟା ଅଭିଯୋଗରେ ବାସିରାନ୍‍ଙ୍କ ଦୁଇ ପୁଅ ଜେଲ୍‍ରେ ଥିବା ବେଳେ ବାସିରାନ୍‍ ଫେରାର ଥିଲେ। କେବଳ ସେତିିକି ନୁହେଁ ସେହି ଅଞ୍ଚଳରେ ଥିବା ତିନିଟି ସରକାରୀ ନଳକୂପକୁ ସେ ନିଜ ଅକ୍ତିଆରରେ ରଖିବା ସହିତ ସେଥିରୁ ସ୍ଥାନୀୟ ଲୋକଙ୍କୁ ପାଣି ବିକ୍ରି କରୁଥିଲେ। ମାସକୁ ସେଥିପାଇଁ ବାସାରିନ୍‍ ପରିବାର ପିଛା ୬୦୦ ରୁ ୧୦୦୦ ଟଙ୍କା ଲେଖାଏଁ ଆଦାୟ କରୁଥିଲେ।
ଉତ୍ତରପ୍ରଦେଶର ଆଗ୍ରା ନିକଟ ବାସାଇ ଏରିଲା ଗ୍ରାମରେ ଜନ୍ମିତ ବାସାରିନ୍‍ ପ୍ରାୟ ୪୦ ବର୍ଷ ତଳେ ରାଜସ୍ଥାନର ମାଲ୍‍ଖାନ୍‍ ସିଂହଙ୍କୁ ବିବାହ କରିଥିଲେ। ୮୦ ଦଶକରେ ଦମ୍ପତି ଦିଲ୍ଲୀ ଆସିବା ବେଳକୁ ପାଖରେ ରୋଜଗାରର ପନ୍ଥା ନଥିଲା। ତେଣୁ ବାସାରିନ୍‍ ପ୍ରଥମେ ମଦ ଚୋରା ବେପାର ଆରମ୍ଭ କରିଥିଲେ। ପରେ ସେ ଅପରାଧିକ ଜଗତରେ ପାଦ ଦେଇଥିଲେ। କୋର୍ଟ ସମ୍ପତ୍ତି ବାଜ୍ୟାପ୍ତ ପାଇଁ ନିର୍ଦେଶ ଦେବା ପରେ ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଇଥିଲା। ଏହାପରେ ସେ ଦିଲ୍ଲୀ ଛାଡ଼ି ଅନ୍ୟତ୍ର ଚାଲି ଯାଇଥିଲେ। ସମ୍ପତ୍ତି ଫେରି ପାଇବା ପାଇଁ ସେ ଓକିଲଙ୍କ ସହିତ ପରାମର୍ଶ କରିବାକୁ ଆସିଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା। ଉଲ୍ଲେଖନୀୟ ହେଉଛି ମାଲ୍‍ଖାନ୍‍ ସିଂହଙ୍କ ନାମରେ କୌଣସି ଅପରାଧିକ ମାମଲା ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories