www.samajalive.in
Sunday, December 14, 2025
19.1 C
Bhubaneswar

୯ ଜୁଆଡି ଗିରଫ, ୧୫ ମୋଟର ସାଇକେଲ ଜବତ

ଲଡୁଗାଁ: ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁର ଏକ ଜୁଆ ଆଡ୍ଡାରେ ଚଢାଉ କଲା ଧର୍ମଗଡ଼ ସ୍ୱତନ୍ତ୍ର ପୁଲିସ ଟିମ ଓ କୋକସରା ପୁଲିସ। ୯ ଜୁଆଡିଙ୍କୁ ଗିରଫ କରାଯିବା ସହ ଜୁଆରେ ବ୍ୟବହୃତ ସାମଗ୍ରୀ ଓ ୧୫ ବାଇକ ଜବତ କରିଛି ପୁଲିସ।
ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ବିଶେଷ ସୂତ୍ରରୁ ଖବର ପାଇ କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ଅଞ୍ଚଳରେ ଚାଲିଥିବା ଏକ ଜୁଆ ଖେଳ ଉପରେ ଅଚାନକ ଚଢାଉ କରି ୯ଜଣ ଜୁଆଡିଙ୍କୁ ଗିରଫ କରିଛି । ଏହାସହ ସେମାନଙ୍କ ନିକଟରୁ ନଗଦ ୩୩ ହଜାର ୧୦୦ଟଙ୍କା ସହ ୧୫ଟି ମୋଟର ସାଇକେଲ,  ଗୋଟିଏ ଝୁଡିରେ ଘୁଡଘୁଡି ପଟି, ୬ ଟି ଡିସ୍କ  ଜବତ କରିଛି ।
ଗିରଫ ଜୁଆଡିଙ୍କ ମଧ୍ୟରେ ଲଡୁଗାଁର ନବ ମାଝି, ସଚିନ୍ଦ୍ର ଦାସ, ସୌମେନ୍ଦ୍ର ଦାସ, ଗୋପଲ ରାଉତ, ସୁପାଡ ଗାଁର ଭିକାରୀ ରାଉତ, ଲଲିତ ରାଉତ, ଉଚ୍ଛଲା ଗ୍ରାମର ବେଦ ନାଏକ, ପାଣ୍ଡରିପଖାନ ଗାଁର ମାନଗୋବିନ୍ଦ ଠାକୁର  ଓ  ଵେହରନସିଲର ହେମନ୍ତ ନାଗ ବୋଲି ଜଣାପଡିଛି।
ତେବେ ଏମାନେ ପୁଲିସକୁ ଖାତିର ନକରି ଏକତ୍ର ୩୦ରୁ ୩୫ ଜଣ ଗୋଲେଇ କରି ଖେଳୁଥିଲେ ଓ ହଠାତ ପୋଲିସକୁ ଦେଖି ଫେରାର ହୋଇ ଯାଇଥିଲେ । କୋକସରା ଥାନା କେଶ ନମ୍ବର ୮୩/୨୪ରେ ଏକ ମାମଲା ରୁଜୁ କରି ୩ ଓପିଜିରେ ଏମାନଙ୍କୁ ଗିରଫ କରି ଥାନା ୪୧ ଏ ନୋଟିସ ଦେଇ ଛାଡି ଦେଇଥିବା ପୁଲିସ କହିଛି ।
ସେହିପରି କୋକସରା ବ୍ଲକର ବିଭିନ୍ନ ସ୍ଥାନ ଯଥା ଆମପାଣି, ଝରିଆଗୁଡା, ଡୁଡୁକାଠେଙ୍ଗା, ଦାବରିଗୁଡ଼ା, ବଡ଼କେନ୍ଦୁଗୁଡ଼ା, ତଥା ବ୍ଲକର ଅନେକ ଗାଁ ରେ ଏହି ଜୁଆ ଖେଳ ଚାଲୁଥିବା ବେଳେ ଏଥିପ୍ରତି ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ  ବୁଦ୍ଧିଜୀବୀ ତଥା ଜୁଆଡି ମାନଙ୍କ ପରିବାରବର୍ଗ ଅନୁରୋଧ କରିଛନ୍ତି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories