www.samajalive.in
Monday, December 8, 2025
20.1 C
Bhubaneswar

ବଦଳିଲା ୪ ଜିଲାର ସ୍କୁଲ ସମୟ, ସକାଳ ୬.୩୦ରୁ ୧୦ଟା ଯାଏଁ ହେବ ପାଠପଢ଼ା

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୪ଟି ଜିଲାର ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି। ଅସହ୍ୟ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଯାଜପୁର, ଅନୁଗୁଳ, ସୁନ୍ଦରଗଡ, ନବରଙ୍ଗପୁର ଏବଂ କନ୍ଧମାଳ ଜିଲାର ସ୍କୁଲ ସମୟ ବଦଳିଛି।

ଏସବୁ ୪ଜିଲାରେ ସକାଳ ୬.୩୦ରୁ ସାଢେ ୧୦ଟା ଯାଏଁ ପାଠପଢା ଚାଲିବ। ସ୍କୁଲରେ ପାଠପଢ଼ା ସମୟ ପରିବର୍ତ୍ତନ ନେଇ ଏହି ୫ଟି ଜିଲାର ଜିଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି। ଅନୁଗୁଳ, ସୁନ୍ଦରଗଡ, ନବରଙ୍ଗପୁର ଏବଂ କନ୍ଧମାଳ ଜିଲାର ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକ ସକାଳ ୬.୩୦ରୁ ୧୦ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ ବୋଲି କୁହାଯାଇଛି।

- Advertisement -

ଅନୁଗୁଳରେ ଆଜି ତାପମାତ୍ରା ୪୩.୫ ଡିଗ୍ରୀ ରହିଛି । ସୁନ୍ଦରଗଡରେ ୪୦.୮ ଓ ଫୁଲବାଣୀରେ ବି ତାପମାତ୍ରା ୪୧.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହି ଜିଲାଗୁଡିକରେ ତାପମାତ୍ରା ବଢୁଥିବାରୁ ସ୍କୁଲଗୁଡିକର ପାଠପଢା ସମୟରେ ପରିବର୍ତ୍ତନ କରାଯାଇଛି ବୋଲି ଜିଲାପାଳମାନେ ସୂଚନା ଦେଇଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories